Below header

ମେ ୩ ପର ପାଇଁ ପ୍ରସ୍ତୁତ ହୋଇଛି ଏକଜିଟ ପ୍ଲାନ, ଜାଣନ୍ତୁ କଣ ଯୋଜନା କରିଛନ୍ତି କେନ୍ଦ୍ର ସରକାର

ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ​​କରୋନା ବିସ୍ତାରକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ​​ତେବେ ଗତକାଲି ଠାରୁ କିଛି ସର୍ତ୍ତ ସହିତ ଲକଡାଉନକୁ କୋହଳ କରାଯାଇଛି । ​​ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆସନ୍ତା ୩ ତାରିଖ ପରେ କେନ୍ଦ୍ର ପୁଣିଥରେ ଲକଡାଉନ ଘୁଞ୍ଚାଇବାକୁ ଚିନ୍ତା କରୁନାହିଁ । ​​ଏଥି ସହିତ ଲକଡାଉନ୍ ଶେଷ ହେବା ପରର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି । ​​

ସୂଚନା ଅନୁଯାୟୀ, ମେ ୩ ପରେ ଲକଡାଉନ୍ ଧୀରେ ଧୀରେ ହଟାଯିବ ଏବଂ କିଛି ସର୍ତ୍ତ ସହିତ ଅଧିକ କୋହଳ କରାଯିବ । ​​ତଥାପି, ଲାଲ୍ ଏବଂ କମଳା ରଙ୍ଗର ଜୋନରେ ଥିବା ଅଞ୍ଚଳଗୁଡିକ ବର୍ତ୍ତମାନ ଏହି କୋହଳ ପାଇବେ ନାହିଁ । ​​କରୋନା ମାମଲା କମ ହେବା ସହିତ କୋହଳ ପରିସର ବୃଦ୍ଧି କରାଯିବ । ​​

ଲକଡାଉନର ଏକଜିଟ ପ୍ଲାନ

  • ମେ ୩ ପରେ ମଧ୍ୟ ଟ୍ରେନ୍, ବିମାନ ଚଳପ୍ରଚଳ କଷ୍ଟକର ରହିବ କାରଣ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ​​
  • ସବୁଜ ଜୋନରେ ଥିବା ଅଞ୍ଚଳ ଗୁଡିକରେ କେବଳ ସହର ଭିତରେ ହିଁ ଯାତାୟାତ କରିବାପାଇଁ ଅନୁମତି ମିଳିବ । ​​
  • ସାମାଜିକ ଦୂରତା ଏବଂ ମାସ୍କ ଲୋକଙ୍କ ଦୈନନ୍ଦିନ ଜୀବନଶୈଳୀର ଏକ ଅଂଶ ହେବ । ​​ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାଧ୍ୟତାମୂଳକ ରଖାଯିବ । ​​
  • ଆପଣ ଘରୁ ବାହାରକୁ ଯିବାର ସ୍ୱାଧୀନତା ପାଇପାରିବେ କିନ୍ତୁ ଏଥିପାଇଁ ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡିବ ଏବଂ ପରସ୍ପରଠାରୁ ସାମାଜିକ ଦୂରତା ରକ୍ଷା କରିବାକୁ ପଡିବ । ​​
  • ସାମାଜିକ ଦୂରତାକୁ ଧ୍ୟାନରେ ରଖି ଅଫିସରେ କାମ କରିବା ପାଇଁ ଅନୁମତି ମିଳିପାରିବ । ​​
  • କିଛି ସ୍ଥାନରେ ଭିଡ଼ ଜମା ହେବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ । ​​
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.