ବିଧାନସଭାରେ କାଲିଠାରୁ ଖୋଲିବ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ, ପାନ ଖାଇ କିମ୍ବା ମଦ ପିଇକି ଅଫିସ ଆସିଲେ ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ବିଧାନସଭାରେ କାଲି ଠାରୁ ଖୋଲିବ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ। ନିଜ ନିଜ ଅଞ୍ଚଳର ବାହାରେ ରହିଥିବା ଶ୍ରମିକ ଓ ଲୋକଙ୍କ ବାବଦରେ ତଥ୍ୟ ଦେଇପାରିବେ ବିଧାୟକ ଓ ସାଂସଦ। ସେମାନଙ୍କ ତଥ୍ୟ ଲୋକସଭା ବାଚସ୍ପତିଙ୍କୁ ଦେବା ସହିତ ସମ୍ପୃକ୍ତ ରାଜ୍ୟର ବାଚସ୍ପତିଙ୍କୁ ମଧ୍ୟ ଦିଆଯିବ। ସେମାନେ ଆବଶ୍ୟକ ପଦକ୍ଷେପ ନେବେ। ଲୋକସଭା ବାଚସ୍ପତିଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ଏହାସହ ବିଧାନସଭା କର୍ମଚାରୀ ପାନ ଖାଇଲେ କିମ୍ବା ମଦ ପିଇକି ଅଫିସ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।