Below header

Tata Sky ଗ୍ରାହକଙ୍କ ପାଇଁ ଖରାପ ଖବର , ଦର୍ଶକ ଆଉ ଦେଖିପାରିବେନି ଏହି ୨୭ଟି ବଡ଼ ଚ୍ଯାନେଲ୍

ଟାଟା ସ୍କାଏ ଗ୍ରାହକଙ୍କ ପାଇଁ ଖରାପ ଖବର । ଏବେ ୨୭ଟି ବଡ଼ ବଡ଼ ଚ୍ଯାନେଲ୍ ଦେଖିପାରିବେନି ଦର୍ଶକ । କାରଣ ନିଜ ପ୍ଲାଟଫର୍ମରେ ୨୭ଟି ବଡ଼ ଚ୍ଯାନେଲ୍ ବନ୍ଦ କରିଦେଇଛି ଟାଟା ସ୍କାଏ ଯେଉଁଥିରେ ସାମିଲ୍ ଅଛି ସୋନି ଏବଂ ଆଜ୍ ତକ୍ ଭଳି ଚ୍ଯାନେଲ୍ । ତେବେ କମ୍ପାନୀର ଏହି ପଦକ୍ଷେପ ପରେ ସୋସିଆଲ୍ ମଡିଆରେ ଦେଖିବାକୁ ମିଳିଛି ଗ୍ରାହକଙ୍କ ରାଗ ।

sonyବ୍ରଡକାଷ୍ଟିଙ୍ଗ୍ କମ୍ପାନୀ ଚୁକ୍ତି ନହୋଇପାରିବାରୁ ଏପରି ପଦକ୍ଷେପ ନେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏହା ସହ ଟାଟା ସ୍କାଏ କହିଛି ସୋନୀ ପିକ୍ଚର୍ସ ନେଟୱର୍କ (ସିପିଏମ୍)ଏବଂ ଟିଭି ଟୁଡେ ଦ୍ବାରା ବାରମ୍ବାର ଦାମ୍ ବଢାଇବା ପାଇଁ ବାଧ୍ୟ କରାଯାଉଛି । ଯାହା ଫଳରେ ଅନେକ ଚ୍ଯାନେଲ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ । ଅନ୍ଯପଟେ କିଛି ପ୍ରସିଦ୍ଧ ଚ୍ଯାନେଲର ପ୍ରସାରଣ ମଧ୍ୟ ଆରମ୍ଭ ହୋଇସାରିଛି ।

videocon-d2hସିପିଏମର ପ୍ରାୟ ୩୨ ଟି ଚ୍ଯାନେଲ୍ ଅଛି।  ଯେଉଁଥିରୁ ବର୍ତ୍ତମାନ ୨୭ଟି ଚ୍ଯାନେଲକୁ ବନ୍ଦ କରିଦିଆଯାଇଛି । କେବଳ ସେତିକି ନୁହେଁ ସିପିଏମ୍ ବିଜ୍ଞାପନ ଜାରି କରି କହିଛି ସେ କୌଣସି ଚ୍ଯାନେଲ୍ ଦେଖିବା ପାଇଁ ଦାମ୍ ବଢାଇନାହିଁ । ଅନ୍ଯପଟେ ଟାଟା ସ୍କାଇ ସହ ଡିସ୍ ଟିଭି ଏବଂ ଭିଡିଓକନ୍ d2h ମଧ୍ୟ ହିନ୍ଦି ନ୍ଯୁଜ୍ ଚ୍ଯାନେଲ୍ ଏନଡିଟିଭି ଇଣ୍ଡିଆର ପ୍ରସାରଣ ବନ୍ଦ କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.