Below header

ପୁଣି ବଢ଼ିଲା ଏଲ୍‌ପିଜି ଗ୍ୟାସ୍‌ ଦର, ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ :  ଦେଶରେ ପେଟ୍ରୋଲ ଓ ଡିଜେଲ୍‌ ଦର୍‌ ଆକାଶ ଛୁଆଁ ହୋଇଥବା ବେଳେ ପୁଣି ଥରେ ରନ୍ଧନ ଗ୍ୟାସ୍‌ ଏଲ୍‌ପିଜିର ମୂଲ୍ୟ ବୃଦ୍ଧି ପାଇଛି । ଏକ ୧୪ କିଲୋଗ୍ରାମ ଅଣସବ୍‌ସିଡି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିବା ଜଣାଯାଇଛି ।

ଦିଲ୍ଲୀରେ ଏହି ସିଲିଣ୍ଡର ର ମୂଲ୍ୟ ୭୬୯ ଟଙ୍କାକୁ ବୃଦ୍ଧି ପାଇଛି । ଏହି ଦର ବୃଦ୍ଧିକୁ ମିଶାଇ ଗ୍ୟାସ ଦର୍‌ ୧୫ ଦିନ ମଧ୍ୟରେ ୨ଥର ବୃଦ୍ଧି ପାଇଛି । ଏହା ପୂର୍ବରୁ ଏଲ୍‌ପିଜି ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ପାଇଥିଲା । ଏହାଛଡ଼ା ଆଜି ମଧ୍ୟ ତେଲ କମ୍ପାନୀମାନେ ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ୍‌ ଲିଟର ପିଛା ୩୨ ପଇସା ବୃଦ୍ଧି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.