Below header

ଜମ୍ମୁରୁ ସୁରକ୍ଷା କର୍ମୀ ଜବତ କଲେ ୭ କେ.ଜି ବିସ୍ଫୋରକ, ନର୍ସିଂ ଛାତ୍ର ଗିରଫ

ଶ୍ରୀନଗର :  ଦୁଇବର୍ଷ ତଲେ ଆଜିର ଦିନରେ ପୁଲଓ୍ଵାମା ଆକ୍ରମଣ ହୋଇଥିଲା । ଏଥିରେ ବହୁ ପରିମାଣର ବିସ୍ପୋରକ ବ୍ୟବହାର ହୋଇଥିବା ଜଣାପଡ଼ିଥିଲା । ଆତଙ୍କବାଦୀମାନେ ପୁଲଓ୍ଵାମା ଆକ୍ରମଣର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜିର ଦିନରେ ପୁଣି ଏକ ଆକ୍ରମଣ ଯୋଜନା କରୁଥିବା ରିପୋର୍ଟ ଗୁଇନ୍ଦା ବିଭାଗର ହସ୍ତଗତ ହୋଇଥିଲା । ଫଳରେ ଆଜି ପୁଣି ଥରେ ସେଭଳି ଏକ ଆକ୍ରମଣ ଯୋଜନାକୁ ସୁରକ୍ଷାକର୍ମୀମାନେ ପଣ୍ଡ କରିଦେଇଛନ୍ତି । ଜମ୍ମୁ ବସ୍‌ଷ୍ଟାଣ୍ଡରୁ ଆଜି ପୋଲିସ ୭ କେଜି ବିସ୍ଫୋରକ ଜବତ କରିଛି । ଏଥିରେ ଜଣେ ସନ୍ଧିଗ୍ଧ ଯୁବକକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।

ଜମ୍ମୁରେ କିଛି ବଡ଼ ଧରଣର ଆତଙ୍କୀ ଆକ୍ରମଣ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଖବର ମିଳିଥିଲା । ଫଳରେ ୨/୩ ଦିନ ଧରି ଜମ୍ମୁରେ ପୋଲିସ୍‌ ହାଇ ଆଲର୍ଟ ଜାରି କରିଥିଲା । ଆଜି ଯାଞ୍ଚ ବେଳେ ଜଣେ ନର୍ସିଂ ଛାତ୍ରକୁ ପୋଲିସ୍‌ ଗିରଫ କରଛି । ଯୁବକ ଜଣକ ଚଣ୍ଡିଗଡ଼ରେ ନର୍ସିଂ ପଢ଼ୁଥିବାବେଳେ ତା’ର ନାମ ସୋହେଲ ବୋଲି ପୋଲିସ କହିଛି ।

ପୋଲିସ୍‌ କହିଛି ଯେ କଶ୍ମୀରର କିଛି ଛାତ୍ରଙ୍କୁ ଆତଙ୍କବାଦୀମାନେ ବ୍ୟବହାର କରୁଛନ୍ତି । ସୋହେଲଙ୍କର ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ସମ୍ପର୍କ ରହିଥିଲା । ତାଙ୍କ ଘର ପୁଲଓ୍ଵାମା ହୋଇଥିବା ବେଳେ ସେ ଜମ୍ମୁ ସହରର କେତେକ ଭିଡ଼ ସ୍ଥାନରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିଲେ । ପୋଲିସ ସୋହେଲ ସହ ଚଣ୍ଡିଗଡ଼ରୁ କାଜି ବାସିମକୁ ମଧ୍ୟ ଗିରଫ କରିଛି । ପ୍ରକାଶଯୋଗ୍ୟ ଯେ ଜମ୍ମୁ ବସ୍‌ଷ୍ଟାଣ୍ଡରୁ ଆଜି ସୁରକ୍ଷାକର୍ମୀମାନେ ୭ କେଜି ବିସ୍ଫୋରକ ଜବତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.