ସୋନପୁର : ତରଭାରୁ ବାହା ଭୋଜି ଖାଇ ଫେରୁଥିବା ବେଳେ ବରଯାତ୍ରୀ ବସ୍‌ ଓଲଟି ୧୫ ଆହତ

ତରଭା(କେନ୍ୟୁଜ୍‌) :  ବାହା ଭୋଜି ଖାଇ ଫେରୁଥିବା ବେଳେ ଏକ ବରଯାତ୍ରୀ ବସ୍‌ ଓଲଟି ୧୫ ଜଣ ଆହତ ହୋଇଛନ୍ତି । ବସ୍‌ଟି ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିବାରୁ ଦୁର୍ଘଟଣା ଘଟିଥିବା ଜଣାଯାଇଛି ।

ସୂଚନାନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ତରଭାରୁ ଡୁଙ୍ଗୁରିପାଲି ବରଯାତ୍ରୀମାନଙ୍କୁ ଧରି ଏକ ବସ୍‌ ଫେରୁଥିଲା । ବରଯାତ୍ରୀମାନେ ବାହା ଭୋଜି ଖାଇ ଫେରୁଥିବା ବେଳେ ଟୁନିଆମୁଣ୍ଡା ଠାରେ ବସ୍‌ଟି ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିଥିଲା । ଫଳରେ ଏଥିରେ ଥିବା ବରଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ବସ୍‌ଟିରେ ପ୍ରାୟ ୪୦ ଜଣ ବରଯାତ୍ରୀ ଆସୁଥିଲେ । ତେବେ ସୂଚାନ ମିଳିବା ଯାଏ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.