ସ୍ତ୍ରୀ ଓ ଝିଅ ସହ ଯାଉଥିଲେ ଭୋଜିକୁ, ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ

ଗଂଜାମ(କେ ନ୍ୟୁଜ): ମନ ଖୁସିରେ ସ୍ତ୍ରୀ ଆଉ ଝିଅ ସହ ଯାଉଥିଲେ ଭୋଜି ଖାଇବାକୁ | କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା | ପରିବାରକୁ ବାଇକରେ ନେଇ ଯାଉଥିବା ବେଳେ ଘଟିଗଲା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା | ସ୍ତ୍ରୀ ଓ ଝିଅକୁ ଛାଡ଼ି ସବୁଦିନ ପାଇଁ ଚାଲିଗଲେ | ଘଟଣାଟି ଘଟିଛି ଗଂଜାମ ଜିଲ୍ଲା କେ ନୁଆଗାଁ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଛକ ନିକଟରେ | ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ଇଛାପୁର ନିକଟସ୍ଥ ମୁଲିପଦର ଗାଁ ରୁ ସ୍ତ୍ରୀ ଓ ଝିଅ କୁ ନେଇ ପାରସମା ଗାଁକୁ ଏକ ଭୋଜିରେ ଯୋଗ ଦେବା ପାଇଁ ବାଇକରେ ଦୃତଗତିରେ ଆସୁଥିବା ବେଳେ ଏକ ଟନିକ୍ କାଟିନପାରି ରାସ୍ତା ଉପରେ ଦୁର୍ଘଟଣାର ଶୀକାର ହୋଇଥିଲେ ।

ଘଟଣା ସ୍ଥଳରେ ହିଁ ବାଇକ୍ ଚଳାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ସାଙ୍ଗରେ ଥିବା ସ୍ତ୍ରୀ ଓ ଝିଅ ଏହା ଦେଖି ଅବାକ୍ ହୋଇ ଯାଇଥିଲେ | ହଟାତ ରାସ୍ତାଟି ରକ୍ତରେ ଭିଜିଯାଇଥିଲା । ସ୍ତ୍ରୀଙ୍କ ବୁକୁଫଟା ଚିତ୍କାର ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା | କିଛି ଜାଣି ପାରୁନଥିବା ନିରୀହ ଶିଶୁଟି ବି ଖୁବ ଜୋର ଜୋରରେ କାନ୍ଦୁଥିଲା । ପୋଲିସ୍ ପହଞ୍ଚି ଶବକୁ ପୋଷ୍ଟ ମର୍ଟମ୍ ପାଇଁ ବ୍ରହ୍ମପୁର ପଠାଇଛନ୍ତି। ବାଇକ୍ ଚଳାଉଥିବା ଯୁବକ ହେଲ୍ ମେଟ୍ ପିନ୍ଧି ଥିଲେ କି’ ନାହିଁ ପୋଲିସ୍ ତଦନ୍ତ କରୁଛନ୍ତି ।

 

 

 

Leave A Reply

Your email address will not be published.