Below header

ଭୁବନେଶ୍ୱର AIIMS ରେ ଖାଲିପଡ଼ିଛି ଅନେକ ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଅଲଇଣ୍ଡିଆ ଇନଷ୍ଟିଚ୍ଯୁଟ୍ ଅଫ୍ ମେଡିକାଲ ସାଇନ୍ସ(AIIMS), ଭୁବନେଶ୍ବର ପକ୍ଷରୁ ଖାଲିପଡ଼ିଛି ଅନେକ ପଦବୀ। ଆସୋସିଏଟ ପ୍ରଫେସର, ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର କିମ୍ବା ଆଡିସନାଲ ପ୍ରଫେସର ପଦବୀରେ ଭର୍ତ୍ତି କରାଯିବ। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଅଫିସିଆଲ ୱେବସାଇଟ https://aiimsbhubaneswar.nic.in/recruitment_notice.aspx କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଗୁରୁତ୍ବପୂର୍ଣ୍ଣ ତାରିଖ: ଆବେଦନ କରିବାର ଶେଷ ତାରିଖ ୪ ଜାନୁଆରୀ ୨୦୨୧ ରହିଛି।

AIIMS hospital

ଏମିତି କରନ୍ତୁ ଆବେଦନ : ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଆବେଦନ କରିବା ପାଇଁ ଏମ୍ସ, ଭୁବନେଶ୍ବରର ଅଫିସିଆଲ ୱେବସାଇଟ୍କୁ ଯାଇ ଅନଲାଇନ ଆବେଦନ କରନ୍ତୁ। ଫର୍ମ ସହିତ ଏଥିରେ ସଂଲଗ୍ନ କରିବାକୁ ଥିବା ଆବଶ୍ୟକୀୟ ଦସ୍ତାବିଜ ମଧ୍ୟ ପଠାଇବାକୁ ଅନୁରୋଧ। ଅଧିକ ବିବରଣୀ, ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଜାଣିପାରିବେ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ ଏବଂ ଓବିସି ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ଅନଲାଇନ ଆବେଦନ କରିବାକୁ ୧୦୦୦ ଟଙ୍କା ରହିଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ କେବଳ ରେଜିଷ୍ଟ୍ରେସନ ଅର୍ଥ ଗ୍ରହଣ କରିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.