ଭାଗ୍ୟ ବଦଳାଇଦେବ ଶୁଖିଲା ଲାଲ ଲଙ୍କା, ଏହି ଉପାୟ କରି ପାଆନ୍ତୁ ମନଲାଖି ଫଳ

ଆପଣ ତ ଜାଣିଥିବେ ଲାଲ୍ ଲଙ୍କାକୁ ନଜର ଦୋଷ ଦୂର କରିବା ପାଇଁ ବ୍ୟବହାର କରାଯାଏ। କିନ୍ତୁ କ’ଣ ଆପଣ ଏହାର ଆଉ ଏକ ଖାସିୟତ୍ ବିଷୟରେ ଜାଣନ୍ତି । ଏହାଦ୍ୱାରା ଘରେ ସୁଖ-ସମୃଦ୍ଧିକୁ ମଧ୍ୟ ବୃଦ୍ଧି କରାଯାଇପାରିବ। ଆଜି ଆମେ ଆପଣଙ୍କ ପାଖକୁ ଶୁଖିଲା ଲାଲ୍ ଲଙ୍କାର କିଛି ପ୍ରଭାବଶାଳୀ ଉପାୟ ନେଇ ଆସିଛୁ। ଆସନ୍ତୁ ଜାଣିବା କ’ଣ ସେହି ଉପାୟ।

ଯଦି ଆପଣ ଚାହୁଁଛନ୍ତି ଘରେ ସବୁବେଳେ ଧନ-ସମ୍ପତ୍ତି ଭରିରହୁ, ତାହେଲେ ଲାଲ ରଙ୍ଗର ଏକ ରୁମାଲ ନିଅନ୍ତୁ। ଏଥିରେ ୭ଟି ଲାଲ ଲଙ୍କା ରଖନ୍ତୁ। ଏବେ ଏହି ରୁମାଲକୁ ପୋଟଳି ଭଳି ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ଘରେ ଧନର ଅଭାବ ରହିବନାହିଁ।

red lankaଯଦି ଆପଣଙ୍କ ଘରେ କେହି ରୋଗରେ ପଡିଛନ୍ତି, ତାହେଲେ ସାତଟି ଲାଲ ଲଙ୍କା, ଅଳ୍ପ ରାଶି ଏବଂ ସାତଟି ଜାଇଫଳ ଏବଂ ଫିଟିକିରି ର ସାତଟି ଖଣ୍ଡକୁ ଏକ ଲାଲ କପଡାରେ ବାନ୍ଧି ରଖିଦିଅନ୍ତୁ। ଏହି ପୋଟଳିକୁ ନେଇ ରୋଗୀଙ୍କ ପାଖରେ ରଖନ୍ତୁ। ଏହି ପ୍ରକ୍ରିୟା ଆପଣଙ୍କୁ ଶୁକ୍ରବାର ଦିନ ହିଁ କରିବାକୁ ହେବ।

ରୋଗୀଙ୍କ ପାଖରେ ରଖିଥିବା ଏହି ପୋଟଳୀକୁ ନେଇ ପରଦିନ ଅର୍ଥାତ୍ ଶନିବାର ଦିନ ସକାଳେ ଅଶ୍ୱସ୍ତ ଗଛ ପାଖରେ ରଖିଦିଅନ୍ତୁ। ଏହି ସମୟରେ ଭଗବାନଙ୍କ ନିକଟରେ ରୋଗୀଙ୍କ ପାଇଁ ଜଲଦି ସୁସ୍ଥ ହେବାକୁ କାମନା କରନ୍ତୁ।

ଯଦି ଆପଣଙ୍କ ବେପାର ମାନ୍ଦା ଚାଲୁଛି, ଦୋକାନରେ ଗ୍ରାହକ ଆସୁନାହାଁନ୍ତି କିମ୍ବା କୌଣସି ଅନ୍ୟ ସମସ୍ୟା ଅଛି ତାହେଲେ ତିନୋଟି ମାଟି ଦୀପରେ ହଳଦିଆ ସୋରିଷ ଦାନା, ରାଶି, ସୈନ୍ଧବ ଲୁଣ ଏବଂ ଲାଲ ଲଙ୍କା ରଖିଦିଅନ୍ତୁ। ଏହି ଦୀପକୁ ବେପାର ସ୍ଥାନ ଏବଂ ଦୋକାନରେ ରଖନ୍ତୁ। ଏହାଦ୍ୱାରା ବେପାରରେ ବୃଦ୍ଧି ହେବ ଏବଂ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢ଼ିବ।

lal lankaଯଦି ଆପଣଙ୍କ କାମରେ ବାଧା ଉପୁଜୁଛି, ତାହେଲେ ଏକ ଲାଲ ଲଙ୍କାର ୨୧ଟି ଦାନା ନେଇ ଏକ ଲୋଟା କିମ୍ବା ଜଗରେ ରଖି ପାଣି ଭରି ରଖିଦିଅନ୍ତୁ। ଏବେ ଏହି ପାଣିକୁ ନିଜ ଉପରେ ସାତ ଥର ବୁଲାଇ ଘର ବାହାରକୁ ଫୋପାଡି ଦିଅନ୍ତୁ। ଏମିତି କରିବା ଦ୍ୱାରା ସମସ୍ୟା ତୁରନ୍ତ ଦୂର ହୋଇଯିବ।

ଯଦି ଘରେ କୌଣସି ଶିଶୁଙ୍କୁ କିମ୍ବା ଅନ୍ୟ ସଦସ୍ୟଙ୍କୁ ନଜର ଲାଗିଥାଏ ଏବଂ ଯେତେ ବି ମେଡିସନ୍ ଖାଇଲେ ଭଲ ହେଉନି । ତା’ହେଲେ ସାତଟି ଲାଲ ଲଙ୍କାକୁ ଲୁଣ ଏବଂ ହଳଦିଆ ସୋରିଷକୁ ନେଇ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ସାତ ଥର ବୁଲାଇ ଦିଅନ୍ତୁ। ଏହାପରେ ଏହାକୁ ନେଇ ଜଳାଇ ଦିଅନ୍ତୁ। ଏପରି କଲେ ନଜର ଦୋଷ ଦୂର ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.