Below header

ଆସନ୍ତାକାଲିରୁ Amazon ଏବଂ Flipkart ରେ ଅନଲାଇନ ଡେଲିଭରୀ ଆରମ୍ଭ, କିଣିପାରିବେ ସ୍ମାର୍ଟଫୋନ

କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଦେଶକୁ ଆସନ୍ତା ମଇ ୧୭ ତାରିଖ ପର୍ଯ୍ୟନ୍ତ ପୁଣି ଲକଡାଉନ କରାଯାଇଛି। ଏହାସହିତ ସମଗ୍ର ଭାରତ ବର୍ଷକୁ ୩ଟି ଜୋନ ଯଥା ରେଡ, ଗ୍ରୀନ ଏବଂ ଅରେଞ୍ଜ ଜୋନରେ ବିଭକ୍ତ କରାଯାଇଛି। ଭାରତ ସରକାରଙ୍କ ନୂଆ ଗାଇଡଲାଇନ ମୁତାବକ, ଗ୍ରୀନ ଏବଂ ଅରେଞ୍ଜ ଜୋନରେ ଆସନ୍ତାକାଲିଠାରୁ ଅଣ ଅତ୍ୟାବଶ୍ୟକ ଜିନି ବିକ୍ରି ଇ- କମର୍ସ ସାଇଟ୍‌ରେ ହୋଇପାରିବ ବୋଲି ଉଲ୍ଲେଖ ରହିଛି। ଏହାର ଅର୍ଥ ଆପଣ କାଲିଠାରୁ ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ସ୍ମାର୍ଟ ଟିଭି ଏବଂ ଫ୍ରିଜ ଇତ୍ୟାଦି ଜିନିଷ ଅନଲାଇନ ସାଇଟରୁ କିଣିପାରିବେ। ଏହାଛଡା ଏହି ସବୁ ଜୋନରେ ରିଟେଲ ଷ୍ଟୋର ମଧ୍ୟ ଖୋଲାଯିବ।

sell

ଭାରତ ସରକାରଙ୍କ ନୂଆ ଗାଇଡ ଲାଇନ ଅନୁସାରେ, ଇ- କମର୍ସ ସାଇଟରେଆସନ୍ତାକାଲି ଅର୍ଥାତ୍‌ ୪ ମଇରୁ ସବୁ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହେବା ସହ ଡେଲିଭରୀ ମଧ୍ୟ ହୋଇପାରିବ। ଏହା ସହିତ ଗ୍ରୀନ ଏବଂ ଅରେଞ୍ଜ ଜୋନରେ ପ୍ରତିଦିନ ସକାଳ ୭ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଏହିସବୁ ଦୋକାନ ଖୋଲା ରହିବ। କିନ୍ତୁ ନୂଆ ଗାଇଡଲାଇନ ଅନୁଯାୟୀ ରେଡ ଜୋନରେ ଏହି ସବୁ ସାମଗ୍ରୀ ଡେଲିଭରୀ ହେବ ନାହିଁ। ଏହି ଅଞ୍ଚଳରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ହିଁ ପହଞ୍‌ଚିପାରିବ। ଏପରି କରିବା ଦ୍ୱାରା ଭାରତର ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରାଯାଇପାରିବ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.