Below header

ଏବେ ନକଲି ନୋଟ ଚିହ୍ନଟ କରିବ ଏହି ସ୍ମାର୍ଟଫୋନ ଆପ୍

ନୂଆଦିଲ୍ଲୀ : ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ହୋଇଥିବା ବିମୁଦ୍ରାକରଣକୁ ବର୍ତ୍ତମାନ ପ୍ରାୟ ଅଢ଼େଇ ବର୍ଷ ପୁରି ଗଲାଣି। ସେବେଠାରୁ ବର୍ତ୍ତମାନ ପର‌୍ୟ୍ୟନ୍ତ ବଜାରକୁ ୫୦,୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କାର ବିଭିନ୍ନ ନୂଆ ନୋଟ ଆସିସାରିଛି। ତେବେ ନୁଆ ନୋଟ ଆସିବା ସହ ଆସିଛି ଅନେକ ନକଲି ନୋଟର ଅଭିଯୋଗ । ସବୁବେଳେ ନକଲି ନୋଟରୁ ବଞ୍ଚିବା ପାଇଁ ଅନେକ ନିୟମ କାନୁନ ହୋଇଥିଲେ ମଧ୍ୟ ସବୁବେଳେ ବିଫଳ ହୋଇଛି। ତେବେ ଏନେଇ ଏବେ ଏକ ମୋବାଇଲ ଆପ ଲଞ୍ଚ ହୋଇଛି। ଯାହା ସହଜରେ ନକଲି ନୋଟକୁ ପରଖି ଦେଖିବ।

Plastic-notes-=

ଏହି ଆପକୁ ଆଇଆଇଟି ଖଡ଼ଗପୁରରେ ପଢ଼ୁଥିବା ଜଣେ ଛାତ୍ର ପ୍ରସ୍ତୁତ କରିଛନ୍ତି। ଏହା ଦ୍ବାରା ଆପଣ ସହଜରେ ନକଲି ନୋଟର ଜାଞ୍ଚ କରିପାରିବେ। ଏହି ଆପ ଦ୍ବାରା ଆପଣ ଫଟୋ ଉଠାଇ ନକଲି ଏବଂ ଅସଲି ନୋଟର ପରଖ କରିପାରିବେ।

ନିଶ୍ଚିତ ପଢ଼ନ୍ତୁ: ଭାରତୀୟ ଅର୍ଥ ମନ୍ତ୍ରାଳୟର ଘୋଷଣା , ନୂଆ ସେଫରେ ଆସିବ ୨୦ ଟଙ୍କିଆ କଏନ୍

ପ୍ରଥମେ ଏହି ସ୍ମାର୍ଟଫୋନ ଆପକୁ ଇନଷ୍ଟଲ କରିବାକୁ ପଡିବ। ଏହାପରେ ଏହା ଦ୍ବାରା ନୋଟର ଆଗ ଏବଂ ପଛର ଫଟୋ କ୍ଳିକ୍ କରିବାକୁ ପଡିବ। ଆପଣ ଲୋଡ଼ କରିଥିବା ଫଟୋକୁ ଆପ ଅସଲି ନୋଟର ୨୫ଟି ଫିଚର ସହ ମିଳାଇ ଦେଖିବ।

ଏହି ସମୟରେ ଅସଲି ନୋଟର ୨୫ଟି ଫିଚର ସହ ଯଦି ନୋଟଟି ମିଶିଗଲା ତେବେ ତାହା ଅସଲି ବୋଲି ଜଣାପଡିବ। ଯଦି ଗୋଟିଏ ମଧ୍ୟ ଫିଚର ମ୍ୟାଚ କରୁନି ତେବେ ତାହା ନକଲି ବୋଲି ଜଣାପଡିବ।

ନିଶ୍ଚିତ ପଢ଼ନ୍ତୁ: ଦମଦାର୍ ଅଫର୍ ଆଣିଲା ଆମାଜନ୍, ଏହି ୫ ଟି ସହଜ ପ୍ରଶ୍ନର ଉତ୍ତର ଦେଇ ଜିତନ୍ତୁ ୫୦ହଜାର

ବିଗତ କିଛି ବର୍ଷ ହେବ ନକଲି ନୋଟର କାରବାର ଅଧିକ ବଢ଼ିଯାଇଛି। ନକଲି ନୋଟ ନେଇ ପ୍ରାୟ ସବୁ ଦିନ କିଛି ନା କିଛି ମାମଲା ସାମ୍ନାକୁ ଆସୁଛି।  ଏହି ସମୟରେ ଏହି ଆପଟି ଖୁବ ସହାୟକ ହେବା ସହ ନକଲି ନୋଟର କାରବାରକୁ ବହୁ ମାତ୍ରାରେ କମ କରିବ ବୋଲି ଆଶା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.