ଏବେ ଓଟିପି ଦେଲେ ଯାଇ ଏଟିଏମ୍ରୁ ଟଙ୍କା ଉଠାଇ ପାରିବେ, ପ୍ରଥମେ କାନାରା ବ୍ୟାଙ୍କ ଲାଗୁ କଲା ନୂଆ ନିୟମ

ବେଙ୍ଗାଲୁରୁ (କେନ୍ୟୁଜ୍) : ଏଟିଏମ୍ ଜାଲିଆତି ଉପରେ ଏବେ ଲାଗିବ ଲଗାମ । ଏଣିକି ଏଟିଏମ୍କୁ ଟଙ୍କା ଉଠାଇବାକୁ ଗଲେ ସାଥୀରେ ନେବାକୁ ହେବ ମୋବାଇଲ ଫୋନ । ଟଙ୍କା ଉଠାଣ ସମୟରେ ବ୍ୟାଙ୍କରେ ରେଜିଷ୍ଟର କରିଥିବା ନିଜ ଫୋନ୍ ନମ୍ବରକୁ ଆସିବ ଏକ ଓଟିପି ନମ୍ବର । ଏହି ଓଟିପି ନମ୍ବର ଦେଲା ପରେ ଟଙ୍କା ଉଠାଣ ହୋଇପାରିବ । ନହେଲେ ଆପଣ ଟଙ୍କା ଉଠାଇ ପାରିବେ ନାହିଁ ।
We introduce India’s First OTP facility for ATM withdrawals.
Withdrawals in our ATMs now more secure for our card holders.#CanaraSecureATM pic.twitter.com/ZBn07fAGQe— Canara Bank (@canarabank) August 20, 2019
ଏଟିଏମ୍ ଗୁଡିକରେ ହେଉଥିବା ଜାଲିଆତିକୁ ରୋକିବା ପାଇଁ ବ୍ୟାଙ୍କଗୁଡିକ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ନୂଆ ନିୟମ ଅନୁଯାୟୀ ଏଟିଏମ୍ରୁ ୧୦ ହଜାର ଟଙ୍କାରୁ ଅଧିକ ଅର୍ଥ ଉଠାଣ କରୁଥିଲେ ଗ୍ରାହକଙ୍କ ନିକଟକୁ ଏକ ଓଟିପି ଆସିବ । ରାଷ୍ଟ୍ରୀୟବ୍ୟାଙ୍କଗୁଡିକ ଏହି ନିୟମ ଖୁବ୍ ଶୀଘ୍ର ଲାଗୁ କରିବେ । କାନାରା ବ୍ୟାଙ୍କ ପକ୍ଷରୁ ପ୍ରଥମ କରି ଏହି ନୂଆ ନିୟମ କାର୍ଯ୍ୟକାରୀ କରାଯାଇଛି । ଏଟିଏମ୍ରୁ ୧୦ ହଜାର ଟଙ୍କାରୁ ଅଧିକ ଉଠାଣ କଲା ବେଳେ ଟଙ୍କା ବାହାରିବା ପୂର୍ବରୁ ପ୍ରଥମେ ମୋବାଇଲ୍କୁ ଓଟିପି ଆସିବ । ଏହି ନମ୍ବର ଦେବା ପରେ ଯାଇ ମେସିନ୍ରୁ ଟଙ୍କା ବାହାରିବ । ଯାହା ଫଳରେ ଆଉ ଏଟିଏମ୍ରେ ଅନ୍ୟ କେହି ଜାଲିଆତି କରି ପାରିବେ ନାହିଁ ।