ଦୁନିଆର ସବୁଠାରୁ ମହଙ୍ଗା ‘ଅନ୍ତିମ ସଂସ୍କାର’, ଖର୍ଚ୍ଚ ହୋଇଥିଲା ୬୦୦ କୋଟି ଟଙ୍କା, ଏହି ରାଜାଙ୍କୁ ‘ଭଗବାନ ରାମ’ଙ୍କ ବଂଶଜ ମାନୁଥିଲେ ପ୍ରଜା

ଯଦି କୌଣସି ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବା କଥା ଆପଣ ଶୁଣିବାକୁ ପାଇବେ, ତା’ହେଲେ ଧରିନେବେ କି, ଏହା କେହି ଜଣେ ରାଜାଙ୍କର ହୋଇଥିବ, ନ ହେଲେ କୌଣସି ଧନୀ ବ୍ୟକ୍ତିଙ୍କର। ହଁ, ଏମିତି ହିଁ ଜଣେ ରାଜା ଥିଲେ ଭୂମିବୋଲ ଅଦୂଲ୍ୟାଦେଜ, ଯାହାଙ୍କ ରାଜୁତି ଥାଇଲ୍ୟାଣ୍ଡରେ ଚାଲିଥିଲା। ୨୦୧୬, ଅକ୍ଟୋବର ୧୩ରେ ତାଙ୍କର ମ୍ତ୍ୟୁ ଘଟିଥିଲା। ହେଲେ ତାଙ୍କ ଅନ୍ତିମ ସଂସ୍କାର ମ୍ତ୍ୟୁର ଗୋଟିଏ ବର୍ଷ ପରେ କରାଯାଇଥିଲା।

king3

king4

ଥାଇଲ୍ୟାଣ୍ଡର ଏହି ରାଜାଙ୍କ ମ୍ତ୍ୟୁ ପରେ ଦେଶରେ ଗୋଟିଏ ବର୍ଷ ଲାଗି ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଥିଲା। ଏହି ସମୟରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିଲା। ସୁନା ଭଳି ଚମକୁଥିବା ୧୮୫ ଫୁଟ ଉଚ୍ଚର ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା, ଯେଉଁଥିରେ ଖର୍ଚ୍ଚ ହୋଇଥିଲା ପାଖାପାଖି ୬୦୦ କୋଟି ଟଙ୍କା।

ଏହାସହ ପଢନ୍ତୁ: ପଶ୍ଚିମବଙ୍ଗର ରହସ୍ୟମୟ ‘ଅଲେୟା ଘୋଷ୍ଟ୍‍ ଲାଇଟ୍‌’, ଯାହା ଲୋକଙ୍କୁ ପାଣିରେ ବୁଡ଼ାଇଦିଏ

ଅନ୍ତିମ ସଂସ୍କାର ପାଇଁ ରାଜାଙ୍କର ୫୦୦ଟି ମୂର୍ତ୍ତି ତିଆରି କରାଯାଇଥିଲା ଏବଂ ବୌଦ୍ଧ ପରମ୍ପରା ଅନୁସାରେ ତାଙ୍କ ମ୍ତଦେହକୁ ସୁନାର ରଥରେ ରଖି ଶ୍ମଶାନ ପର୍ଯ୍ୟନ୍ତ ନିଆଯାଇଥିଲା। ମହଲଠାରୁ ଶ୍ମଶାନ ଘାଟର ଦୂରତା ୨ କିଲୋମିଟର ଥିବାବେଳେ ସେଠି ପହଞ୍ଚିବାକୁ ଲାଗିଥିଲା ୩ ଘଣ୍ଟା ସମୟ। ଏହାସହ ରାଜାଙ୍କୁ ତୋପ ସଲାମି ମଧ୍ୟ ଦିଆଯାଇଥିଲା।

king2

 

କୁହାଯାଏ କି, ରାଜା ଭୂମିବୋଲଙ୍କ ଅନ୍ତିମ ସଂସ୍କାର ଦୁନିଆର ସବୁଠାରୁ ମହଙ୍ଗା ଅନ୍ତିମ ସଂସ୍କାର ଥିଲା। ୧୯୨୭, ଡିସେମ୍ବର ୫ରେ ଆମେରିକାର ମୈସାଚୁସେଟସରେ ଜନ୍ମଗ୍ରହଣ କରିଥିବା ଭୂମିବୋଲ ମାତ୍ର ୧୮ ବର୍ଷ ବୟସରେ ଥାଇଲ୍ୟାଣ୍ଡର ରାଜା ହୋଇପାରିଥିଲେ। ୨୦୦ ବର୍ଷର ପୁରୁଣା ଚକରି ରାଜବଂଶର ୯ମ ରାଜା ଥିଲେ ଭୂମିବୋଲ ଅଦୂଲ୍ୟାଦେଜ। ସେ ଦୁନିଆର ସବୁଠାରୁ ଲମ୍ବା ସମୟ ଧରି ରାଜୁତି କରିଥିଲେ। ରାଜା ‘ରାମ ନବମ’ଙ୍କ ରୂପରେ ମଧ୍ୟ ଜଣାଶୁଣା ଥିଲେ। ଥାଇଲ୍ୟାଣ୍ଡର ଲୋକେ ତାଙ୍କୁ ଭଗବାନ ରାମଙ୍କ ବଂଶଜ ବୋଲି ମାନୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.