ମାଂସ ପାଇଁ ଆଉ ହତ୍ୟା କରାଯିବନି ପଶୁ ଏଣିକି ବୈଜ୍ଞାନିକମାନେ ପ୍ରସ୍ତୁତ କରିବେ ମାଂସ, ଜାଣନ୍ତୁ କଣ ରହିଛି ଫାଇଦା

ପ୍ରାୟତଃ ସମସ୍ତେ ଜାଣିଥିବେ ଯେ ମାଂସ ଖାଇବା ପାଇଁ ଆମକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପଶୁଙ୍କୁ ହତ୍ୟା କରିବାକୁ ପଡୁଛି । ଯଦି ମାଂସ ପାଇଁ ଏହିମାତ୍ରାରେ ପଶୁ ମାନଙ୍କୁ ହତ୍ୟା କରାଯାଏ ତାହେଲେ ୨୦୫୦ ମସିହା ବେଳକୁ ଆମେ ଆଉ ମାଂସର ଆବଶ୍ୟକତାକୁ ପୁରଣ କରିପାରିବା ନାହିଁ । ଆସୁଥିବା ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆଇଆଇଟି ଗୌହାଟୀର କିଛି ଗବେଷକମାନେ ବୈଜ୍ଞାନିକ ପରୀକ୍ଷାଗାରରେ କୃତ୍ରିମ ମାଂସ ପ୍ରସ୍ତୁତ କରିଛନ୍ତି ।

Image result for iit-guwahati-researchers-developed-lab-grown-meat

ଲ୍ୟାବରେ ପ୍ରସ୍ତୁତ କରାଯାଇଥିବା ଏହି ମାଂସ ପୋଷକ ହେବା ସହିତ ପଶୁ ମାନଙ୍କ ସହ ହେଉଥିବା ଅତ୍ୟାଚାର ଉପରେ ମଧ୍ୟ ରୋକ ଲଗାଯାଇ ପାରିବ । ବାୟୋମ୍ୟାଟେରିଆଲସ ଏବଂ ଟିସୁ ଇଂଜିନିୟରିଂ ଲ୍ୟାବ୍ରୋଟୋରୀର ବୈଜ୍ଞାନିକମାନେ ମାଂସକୁ ଭିନ୍ନ ଉପାୟରେ ଉତ୍ପାଦନ କରିବା ପାଇଁ ନୂଆ ଟେକନିକ ଆରମ୍ଭ କରିଛନ୍ତି । ତାଙ୍କର ଏପରି କରିବା ପଛରେ ଉଦ୍ଦେଶ୍ୟ ହେଲା ପର୍ଯ୍ୟାବରଣ ଏବଂ ପଶୁ ମାନଙ୍କୁ ଜୀବିତ ରଖିବା । ଏହି ଟେକନିକକୁ ବିକଶିତ କରିବା ପରେ ଏହାକୁ ପେଟେଣ୍ଟ ମଧ୍ୟ କରାଯାଇଛି ।

Image result for iit-guwahati-researchers-developed-lab-grown-meat

ଏହାସହ ପଢନ୍ତୁ ମଣିଷ ଭଳି କାଉର ବି ବଢେ କୋଲେଷ୍ଟ୍ରଲ, ଜାଣନ୍ତୁ କଣ କହିଲେ ବୈଜ୍ଞାନିକ

ଏହାକୁ ପ୍ରସ୍ତୁତ କରିଥିବା ଗବେଷକ ମାନଙ୍କ କହିବା ଅନୁଯାୟୀ ମାଂସ ତିଆରି କରିବାର ଏହି ତରିକା ସମ୍ପୂର୍ଣ ଭାବେ ପ୍ରାକୃତିକ ଅଟେ । ଆଇଆଇଟି ଗୌହାଟୀର ଡଃ ବି.ବି. ମଣ୍ଡଳଙ୍କ କହିବା ଅନୁଯାୟୀ “ଏହି ମାଂସର ସ୍ୱାଦ ପୁରା କଞ୍ଚା ମାଂସ ଭଳି ରହିବ ଏବଂ ଏହାକୁ ଖାଉଥିବା ଲୋକମାନଙ୍କୁ ଏଥିରୁ ଜରୁରୀ ପୋଷାକ ତତ୍ତ୍ୱ ମଧ୍ୟ ମିଳିବ” । ଏହାକୁ ପ୍ରସ୍ତୁତ କରିବା ପାଇଁ କୌଣସି ପ୍ରକାରର ଆନିମଲ ସେରମ, ଆଣ୍ଟିବାୟୋଟିକ୍ସ କିମ୍ବା ହର୍ମୋନର ଵ୍ୟଵହାର କରାଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.