Below header

ନୂଆ ବ୍ୟାଙ୍କ ରୁଲ୍‌ : ଯଦି ଆପଣ ଏହି ୫ଟି ସରକାରୀ ବ୍ୟାଙ୍କର ଗ୍ରାହାକ, ଆପଣଙ୍କୁ ଏହି ଦୁଇଟି କାମ କରିବା ଜରୁରୀ

ନୂଆଦିଲ୍ଲୀ :  ଯଦି ଆପଣଙ୍କ ଘରେ କାହାର ସିଣ୍ଡିକେଟ ବ୍ୟାଙ୍କ୍‌, ବିଜୟା ବ୍ୟାଙ୍କ୍‌ ବା ଦେନା ବ୍ୟାଙ୍କା,କର୍ପୋରେସନ ବ୍ୟାଙ୍କ୍‌ ବା ଆନ୍ଧ୍ର ବ୍ୟାଙ୍କ୍‌ ରେ ଖାତା ଥାଏ ତେବେ ଜୁଲାଇ ୧ରୁ ବ୍ୟାଙ୍କ ବଦଳି ଯାଇଛି । ତେଣୁ ଏହି ଗ୍ରାହକଙ୍କୁ ନୂଆ ପାସ୍‌ ବୁକ୍‌ ଓ ଚେକ୍‌ ବୁକ୍‌ ଆଣିବାକୁ ପଡ଼ିବ ।

କାରଣ ଏହିସବୁ ବ୍ୟାଙ୍କର IFSC କୋର୍ଡ ବଦଳି ଯାଇଛି । କାରଣ ସରକାର ୧୦ ଟି ବ୍ୟାଙ୍କର ମିଶ୍ରଣ କରିଛନ୍ତି । ଯାହାଦ୍ୱାରା ବ୍ୟାଙ୍କର MICR ଓ IFSC କୋର୍ଡ ବଦଳିଯାଇଛି । ଯଦି ଏହିସବୁ ବ୍ୟାଙ୍କରେ ଆପଣ ଗ୍ରାହକ ଅଛନ୍ତି ତେବେ ତୁରନ୍ତ ପାସ୍‌ ବୁକ୍‌ ଓ ଚେକ୍‌ ବୁକ୍‌ ଇସ୍ୟୁ କରନ୍ତୁ । ନହେଲେ ଟ୍ରାଞ୍ଜାକସନରେ ହେବ ଅସୁବିଧା ।

ପ୍ରକାଶଯୋଗ୍ୟ ଯେ ୨୦୧୯ ଅଗଷ୍ଟରେ ୧୦ ଟି ସରକାରୀ ବ୍ୟାଙ୍କର ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯାହା ଫଳରେ ଏହି ସବୁ ବ୍ୟାଙ୍କର MICR ଓ IFSC କୋର୍ଡ ବଦଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.