Below header

ରଥଯାତ୍ରା ସୁଚାରୁ ରୂପେ ପାଳିତ ପାଇଁ ପୁରୀବାସୀ ଓ ସେବାୟତଙ୍କ ସହଯୋଗ କାମନ କଲେ ମୁଖ୍ୟମନ୍ତ୍ରୀ

ପୁରୀ(କେନ୍ୟୁଜ୍):  ପୁରୀ ରଥଯାତ୍ରା ନେଇ ସମନ୍ଵୟ ବୈଠକ ଶେଷ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ। ଗତ ବର୍ଷ ପରି ଚଳିତ ଥର ମଧ୍ୟ ବିନା ଭକ୍ତରେ ଗଡ଼ିବ ରଥ। ଏ ବର୍ଷ ଯେପରି ରଥଯାତ୍ରା ସୁଚାରୁ ରୂପେ ପାଳିତ ହେବ ଏବଂ ଭକ୍ତ ମାନେ ଘରେ ରହି ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ । ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁରୀବାସୀ, ସେବାୟତଙ୍କ ସହଯୋଗ କାମନ କରିଥିଲେ । ସାରା ବିଶ୍ୱ ଟେଲିଭିଜନ ଓ ସୋସିଆଲ ମିଡିଆ ମାଧ୍ୟମରେ ହିଁ କାଳିଆ ଠାକୁରଙ୍କୁ ଦର୍ଶନ କରିବେ । ତେଣୁ ମହାପ୍ରଭୁଙ୍କ ନୀତି ଠିକ ସମୟରେ ହେବା ଏବଂ ଯାତ୍ରା ସମୟରେ କୋଭିଡ ନିମୟକୁ ଠିକ ଭାବେ ପାଳିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଚଳିତ ବର୍ଷର ରଥଯାତ୍ରା ଯେପରି ସୁରୁଖୁରୁରେ ଶେଷ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଆର୍ଶୀବାଦ କାମନା କରିଥିଲେ । ରଥଯାତ୍ରା ସମୟରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ପରିମଳ, ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

 

ଭର୍ଚୁଆଲ ମୋଡରେ ଅନୁଷ୍ଠିତ ବୈଠକରେ ଆଇନମନ୍ତ୍ରୀ ପ୍ରତାପ ଜେନା, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.