Below header

ଜୁଲାଇ ୧୧ ସକାଳ ୧୧ଟାରେ ହୀରାକୁଦରୁ ଛଡ଼ାଯିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ

କେନ୍ୟୁଜ୍(ବ୍ୟୁରୋ):  ଜୁଲାଇ ୧୧ରେ ହୀରାକୁଦରୁ ଛଡ଼ାଯିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ। ସକାଳ ୧୧ଟାରେ ଜଳଭଣ୍ଡାରରୁ ନିଷ୍କାସନ ହେବ ବନ୍ୟାଜଳ। ବାମପଟ ସ୍ପିଲୱେର ୭ନଂ ସ୍ଲୁଇସ ଗେଟରୁ ବନ୍ୟାଜଳ ନିଷ୍କାସନ ନେଇ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମହାନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ହାରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି ।

ବନ୍ୟାଜଳ ଛାଡ଼ିବା ଫଳରେ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ତଳ ମୁଣ୍ଡରେ ରହୁଥିବା ଲୋକଙ୍କୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.