ଶୁକ୍ରବାର ବ୍ରତ ଆପଣଙ୍କ ଜୀବନରେ ଆଣିବ ୭ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ

ହିନ୍ଦୁ ଧର୍ମରେ ସପ୍ତାହର ସାତ ବାର କୌଣସି ନା କୌଣସି ଇଶ୍ୱରଙ୍କୁ ସମର୍ପିତ କରାଯାଇଛି । ଶୁକ୍ରବାର ମାତା ଲକ୍ଷ୍ମୀ ଓ ମାତା ସନ୍ତୋଷୀଙ୍କୁ ସମର୍ପିତ କରାଯାଇଛି । ମାତା ସନ୍ତୋଷୀ ନିଜ ଭକ୍ତଙ୍କର ପୁରା ଖିଆଲ ରଖିଥାନ୍ତି । ସେହିପରି ମାତା ଲକ୍ଷ୍ମୀ ଭକ୍ତକୁ ଧନ ବୈଭବ ଦେଇଥାନ୍ତି । ଯଦି ଶୁକ୍ରବାର ଦିନ କେହି ଭକ୍ତି ଭାବରେ ମା’ଙ୍କ ପୂଜା ରଖିଥାଏ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଆସନ୍ତୁ ଜାଣିବା ଶୁକ୍ରବାର ଦିନ ମା’ଙ୍କ ବ୍ରତ କଲେ କ’ଣ ଲାଭ ମିଳିଥାଏ ।

୧. ଶୁକ୍ରବାର ବ୍ରତ କଲେ ଯଦି ଆପଣଙ୍କର କିଛି କାମ ଅଟକି ରହିଥାଏ ତେବେ ତାହା ପୂର୍ଣ୍ଣ ହୋଇଯାଏ ।

୨. ଶୁକ୍ରବାର ବ୍ରତ କରିବା ଦ୍ୱାରା ସୁଖ-ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ପରିବାରରେ ଖୁସି ଓ ସକରାତ୍ମକ ଶକ୍ତି ବଢ଼ିଥାଏ ।

୩. ଶୁକ୍ରବାର ବ୍ରତ କଲେ ଯଦି ପରୀକ୍ଷାରେ ଅସଫଳ ହେଉଥାନ୍ତି ତାହାଲେ ସଫଳତା ମିଳିବ ।

୪. ଶୁକ୍ରବାର ବ୍ରତ କଲେ ଅବିବାହିତ କନ୍ୟାଙ୍କର ଶୀଘ୍ର ବିବାହ ହୋଇଥାଏ । ଏହି ବ୍ରତ ଦ୍ୱାରା ଅପାର ସଫଳତା ମିଳିଥାଏ ।

୫. ଯଦି ଆପଣ ବହୁତ ଦିନ ହେଲା ଅଦାଲତର ଚକ୍କର କାଟୁଥାନ୍ତି ତେବେ ଶୁକ୍ରବାର ବ୍ରତ କଲେ ଶୀଘ୍ର ଆପଣଙ୍କ କେସର ସମାଧାନ ସହ ବିଜୟପ୍ରାପ୍ତ ହେବେ ।

୬. ଶୁକ୍ରବାର ବ୍ରତ ଦ୍ୱାରା ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ସୁଃଖ ମିଳିଥାଏ ।

୭. ଶୁକ୍ରବାର ବ୍ରତ କଲେ ବ୍ୟକ୍ତିକୁ ଧନ ପ୍ରାପ୍ତି ହୋଇଥାଏ । ଏହି ବ୍ରତ ଦ୍ୱାରା ବେପାରରେ ଲଗାତାର ହେଉଥିବା କ୍ଷତି ଭରଣା ହୋଇଥାଏ ।

Leave A Reply

Your email address will not be published.