ଜିଓକୁ ଟକ୍କର ଦେଲା ବିଏସ୍ଏନ୍ଏଲ୍, ଏବେ ପ୍ରତିଦିନ ମିଳିବ ୩୩ ଜିବି ଡାଟା ସହ ଅନ୍ଲିମିଟେଡ୍ ଭଏସ୍ କଲ୍
ନୂଆଦିଲ୍ଲୀ: ଜିଓକୁ ଚ୍ୟାଲେଞ୍ଜ ଦେଇ ଗ୍ରାହକ ବୃଦ୍ଧି କରିବା ଲକ୍ଷ୍ୟରେ ବିଏସ୍ଏନ୍ଏଲ୍ ଏବେ ନୂଆ ନୂଆ ପ୍ଲାନ୍ ଲଞ୍ଚ କରୁଛି। ବିଏସ୍ଏନ୍ଏଲ୍ ଭାରତ ଫାଇବର ବ୍ରଡ୍ବ୍ୟାଣ୍ଡ ପ୍ଲାନ୍କୁ ବଢ଼ାଇବାକୁ ଏକ ନୂଆ ୧୯୯୯ଟଙ୍କାର ପ୍ଲାନ୍ ଲଞ୍ଚ କରିଛି। ଜିଓ ଫାଇବର ପ୍ଲସ୍ର ବଜାର ପ୍ରବେଶ ପରେ ବିଏସ୍ଏନ୍ଏଲ୍ ପକ୍ଷରୁ ଏହି ନୂତନ ପ୍ଲାନ୍ ଲଞ୍ଚ କରାଯାଇଛି। ଏଥିରେ ପ୍ରତିଦିନ ୩୩ ଜିବି ଡାଟା ସହ ଅନ୍ଲିମିଟେଡ୍ ଭଏସ୍ କଲ୍ର ସୁବିଧା ଉପଲବ୍ଧ ହେବ।
ଏହାସହ ପଢନ୍ତୁ: ଭାରତୀୟ ଷ୍ଟେଟ ବ୍ୟାଙ୍କରେ ୪୭୭ଟି ପଦବୀ ଖାଲି, ଜଲଦି କରନ୍ତୁ ଆବେଦନ
ବିଏସ୍ଏନ୍ଏଲ୍ର ୧୯୯୯ ଟଙ୍କିଆ ବ୍ରଡ୍ବ୍ୟାଣ୍ଡ ପ୍ଲାନ୍ର ମୁକାବିଲା ଏସିଟି ଫାଇବର ନେଟ୍, ଏୟାରଟେଲ୍ ଭି-ଫାଇବରର ୧୯୯୯ ଟଙ୍କିଆ ପ୍ଲାନ୍ ଏବଂ ଜିଓ ଫାଇବରର ୨୪୯୯ ଟଙ୍କିଆ ପ୍ଲାନ୍ ଭଳି ପ୍ରମୁଖ ପ୍ଲାନ୍ ସହ ରହିବ। ପୂର୍ବରୁ ହିଁ ବିଏସ୍ଏନ୍ଏଲ୍ ଏହି ପ୍ଲାନ୍ ବିଷୟରେ ସୂଚନା ଦେଇ କହିଥିଲା ଯେ ପ୍ରତିଦିନ ୩୩ ଜିବି ଡାଟା ୧୦୦ ଏମ୍ବିପିଏସ୍ ସ୍ପିଡ୍ରେ ମିଳିବ। ଡାଟା ବାଲାନ୍ସ ସରିବା ପରେ ୪ ଏମ୍ବିପିଏସ୍ରେ ଗ୍ରାହକ ନେଟ୍ ଚଲାଇ ପାରିବେ। ତେବେ କମ୍ପାନୀ ତରଫରୁ ଅନ୍ଲିମିଟେଡ୍ ପ୍ଲାନ୍ ଭାବେ ଏହାର ମାର୍କେଟିଂ କରାଯାଉଛି।
ଅନ୍ୟପଟେ ଜିଓର ନୂଆ ୨୪୯୯ ଟଙ୍କିଆ ପ୍ଲାନ୍ରେ ଗ୍ରାହକଙ୍କୁ ୧୦୦ ଏମ୍ବିପିଏସ୍ ସ୍ପିଡ୍ରେ ୫୦୦ ଜିବି ଡାଟା ମିଳିବ ଏବଂ ଡାଟା ବାଲାନ୍ସ ସରିବା ପରେ ନେଟ୍ ୧ ଏମ୍ବିପିଏସ୍ରେ ଚାଲିବ। ଏଥିସହ କମ୍ପାନୀ ତରଫରୁ ୪କେ ସେଟ୍ ଟପ୍ ବକ୍ସ ଏବଂ ଭଏସ୍ କଲିଂର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି।