Below header

୧୦ମ ପାସ୍ କରିଥିବା ଛାତ୍ର-ଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଡାକ ବିଭାଗରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି

ଭାରତୀୟ ଡାକ ବିଭାଗ ପକ୍ଷରୁ ଗ୍ରାମୀଣ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଭାଗରେ ସମୁଦାୟ ୨୦୮୬ ଟି ପଦବୀରେ ନିଯୁକ୍ତି କରାଯିବ। ବର୍ତ୍ତମାନ ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହି ପକ୍ରିୟା ଜାରି ରହିବ। ଏହି ପଦବୀରେ ଆବେଦନ କରିବା ପାଇଁ ଆଶାୟୀ ପାର୍ଥୀମାନେ ଗଣିତ ଏବଂ ଇଂରାଜୀ ସହ କୌଣସି ମାନ୍ୟତା ପ୍ରାପ୍ତ ସ୍କୁଲରୁ ୧୦ମ ପାସ୍ କରିଥିବା ଆବାଶ୍ୟକ। ଆବେଦନ ପାର୍ଥୀମାନେ ପ୍ରଥମେ ଦିଆଯାଇଥିବା ସୂଚତନାକୁ ଭଲଭାବେ ପଢି ଆବେଦନ କରନ୍ତୁ। ସୂଚନା ଅନୁଯାୟୀ ୨୦୧୯ କିମ୍ବା ୨୦୨୦ ମଧ୍ୟରେ କିଛି ଅଞ୍ଚଳରେ ନିଯୁକ୍ତି କରାଯିବ। ଏହାପରେ ଝାଡଖଣ୍ଡ ଅଞ୍ଚରେ ୮୦୪, ଦିଲ୍ଲୀରେ ୧୭୪ ଏବଂ ହିମାଞ୍ଚଳ ପ୍ରଦେଶରେ ୭୫୭ ଗ୍ରାମୀଣ ଡାକ ସେବକ ନିଯୁକ୍ତି କରାଯିବ। ଏହା ବ୍ୟତୀତ ପାର୍ଥୀମାନଙ୍କୁ ସମ୍ବଧିତ ରାଜ୍ୟର ସ୍ଥାନୀୟ ଭାଷା ଜଣାଥିବା ଆବଶ୍ୟକ।

ଏହାସହ ପଢନ୍ତୁ: ଆସିଷ୍ଟାଣ୍ଟ ଏଗ୍ରିକଲଚର ଇଂଜିନିୟର ପଦବୀ ଖାଲି, ଜାଣନ୍ତୁ କିପରି ହେବ ଚୟନ

ବୟସ ସୀମା

ନ୍ୟୁନତମ-୧୮ ବର୍ଷ

ଅଧିକତମ-୪୦ ବର୍ଷ

ଆବେଦନ ପକ୍ରିୟା

ଓବିସି, ଇଡବ୍ଲୁଏସ୍ ର ପୁରୁଷ ଶ୍ରେଣୀର ଆବେଦନ କର୍ତ୍ତାଙ୍କୁ ଆବେଦନ କରିବା ପାଇଁ ୧୦୦ ଟଙ୍କା ଦେବାକୁ ପଡ଼ିବ। ଏହାବ୍ୟତୀତ ସମସ୍ତ ବର୍ଗର ମହିଳା ପାର୍ଥୀମାନଙ୍କୁ ଆବେଦନ କରିବା ପାଇଁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.