ହରିଶ ସାଲଭେଙ୍କ ସହ ସୁଷମାଙ୍କ ଶେଷ କଥା, କହିଥିଲେ ‘କାଲି ଆସିବ ତମ ପ୍ରାପ୍ୟ ଏକ ଟଙ୍କା ନେଇଯିବ’

ନୂଆଦିଲ୍ଲୀ:  ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ଆଇନଜୀବୀ ହରିଶ ସାଲଭେଙ୍କ ସହ କଥା ହୋଇଥିଲେ ସୁଷମା ସ୍ୱରାଜ । ପାକିସ୍ତାନ ଜେଲ୍‌ରେ ବନ୍ଦି ଥିବା କୁଲଭୂଷଣ ଯାଦବଙ୍କ ମାମଲାରେ ଲଢୁଛନ୍ତି ହରିଶ ସାଲଭେ । ସାଲଭେଙ୍କ ସହ ଗତକାଲି କଥା ହୋଇ ସୁଷମା କହିଥିଲେ, ଆସନ୍ତାକାଲି ଆସିବ ତମ ପ୍ରାପ୍ୟ ୧ ଟଙ୍କା ନେଇଯିବ ।

kulbhusanଏକ ଟିଭି ଚ୍ୟାନେଲକୁ ସାଲଭେ କହିଛନ୍ତି କି, ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ସେ ସୁଷମାଙ୍କ ସହ କଥା ହୋଇଥିଲେ । ଦୁଇ ଜଣ ହସି ହସି କଥା ହୋଇଥିଲେ । ଆଜି ହରିଶ ସାଲଭେଙ୍କୁ ସୁଷମା ସ୍ୱରାଜ ତାଙ୍କ ଘରକୁ ଡାକିଥିଲେ । କହିଥିଲେ, କୁଲଭୂଷଣ ଯାଦବଙ୍କ ମାମଲାରେ ଆପଣ କେସ୍‌ ଜିତିଥିବାରୁ, ଆପଣଙ୍କ ପ୍ରାପ୍ୟ ଏକ ଟଙ୍କା ନେଇଯିବେ । ସାଲଭେ ହସି ହସି କହିଥିଲେ, ନିଶ୍ଚିତ ମୋତେ ସେହି ଏକ ଟଙ୍କା ନେବା ନିହାତି ଆବଶ୍ୟକ । ସୁଷମା କହିଥିଲେ, ଠିକ୍‌ ଅଛି ସଂଧ୍ୟା ୬ଟାରେ ଆସିବ ଏକ ଟଙ୍କା ନେଇଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.