Below header

ଚଳିତ ବର୍ଷ କେନ୍ଦ୍ର ସରକାର ସରକାରୀ ବ୍ୟାଙ୍କ ଗୁଡିକରେ ୭୦,୦୦୦ କୋଟି ଟଙ୍କା ନିବେଶ କରିବେ

ଏହି ବର୍ଷ ସରକାର ବ୍ୟାଙ୍କ ଗୁଡିକ ଉପରେ ୭୦,୦୦୦ କୋଟି ଟଙ୍କା ନିବେଶ କରିବାକୁ ଯାଉଛନ୍ତି । ଏହା ମାନେ ହେଉଛି ସରକାର କୌଣସି ସାର୍ବଜନୀନ ବ୍ୟାଙ୍କକୁ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଦେବେ ନାହିଁ । ପୂର୍ବରୁ କୌଣସି ବ୍ୟାଙ୍କ ଅତ୍ୟଧିକ କ୍ଷତି ସହିବା ପରିସ୍ଥିତିରେ ଥିଲେ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଗୁଡିକୁ ଅନ୍ୟ ବ୍ୟାଙ୍କ ସହ ବିଲୟ କରିଦିଅନ୍ତି । ଅସଲ ସମସ୍ୟା କିନ୍ତୁ ସେତେବେଳେ ହୋଇଥାଏ ଯେବେ ଲୋକେ ସହକାରୀ ବ୍ୟାଙ୍କ ଗୁଡିକରେ ଅତ୍ୟଧିକ ପୁଞ୍ଜି ନିବେଶ କରିଥାନ୍ତି । ସୂଚନା ମୁତାବକ ରିଜର୍ଭ ବ୍ୟାଙ୍କ ୨୦୦୦ ସହକାରୀ ବ୍ୟାଙ୍କକୁ ନିୟନ୍ତ୍ରଣ କରିଥାନ୍ତି । ତେଣୁ କରି ଏତେ ସଂଖ୍ୟକ ସହକାରୀ ବ୍ୟାଙ୍କ ମାନଙ୍କ ଠାରେ କଣ ଘଟୁଛି ତାର ହିସାବ ରଖିବା କଷ୍ଟକର ହୋଇଥାଏ । ଏଥିଲାଗି ସାଧାରଣ ଜନତା ସହକାରୀ ବ୍ୟାଙ୍କ ମାନଙ୍କ ଠାରୁ ଦୁରେଇ ରହିବା ଆବଶ୍ୟକ ବୋଲି ଅରବିଆଇ ତରଫରୁ ସତର୍କ କରାଯାଇଛି । ଏହା ସହ ଆରବିଆଇ ତରଫରୁ କୁହାଯାଇଛି ଯେ ପ୍ରତି ଜମାକର୍ତା ଅତି କମରେ ୩ଟି ବ୍ୟାଙ୍କରେ ଖାତା ଖୋଲି ନିଜ ନିଜ ଜମାରାଶି ଜମା ରଖିବା ଉଚିତ । ଯଦି ଗୋଟିଏ ବ୍ୟାଙ୍କରେ କୌଣସି ଅସୁବିଧା ହୁଏ ତେବେ ଅନ୍ୟ ୨ଟି ବ୍ୟାଙ୍କ ଚାଲିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.