Below header

ମାଲ ପରିବହନରେ ପୂର୍ବତଟ ରେଳବାଇର ରେକର୍ଡ, ସାରା ଦେଶରେ ଅଧିକାର କଲା ୧ନମ୍ବର ସ୍ଥାନ

କେନ୍ୟୁଜ(ବ୍ୟୁରୋ): ମାଲ ପରିବହନରେ ପୂର୍ବତଟ ରେଳବାଇର ରେକର୍ଡ । ୨୦୧୯-୨୦ ଆର୍ଥିକ ବର୍ଷରେ ୨ଶହ ନିୟୁତ ଟନ୍‌ ପଣ୍ୟ କାରବାର ହୋଇଛି । ଏଥିସହ ସବୁ ରେଳବାଇ ମଧ୍ୟରେ ମାଲ ପରିବହନ, ମାଲ ମହାସୁଲ ଆଦାୟ କ୍ଷେତ୍ରରେ ପୂର୍ବତଟ ରେଳବାଇ ଏକ ନମ୍ବର ସ୍ଥାନ ଅଧିକାର କରିଛି । ଗତ ଆର୍ଥିକ ବର୍ଷରେ ପୂର୍ବତଟ ରେଳବାଇ ୧୯୧.୭୬ ନିୟୁତ ଟନ ମାଲ ପରିବହନ କରିଥିଲା ।

ଫନି ଭଳି ବଡ଼ ବାତ୍ୟା ଏବଂ ନକ୍ସଲ ପ୍ରାଦୁର୍ଭାବରେ ବିଭାଗର ଅନେକ କ୍ଷତି ହେବା ସତ୍ତ୍ୱେ ପୂର୍ବତଟ ରେଳବାଇ ଏହି ସଫଳତା ହାସଲ କରି ପାରିଛି ବୋଲି ବିଭାଗ ତରଫରୁ କୁହାଯାଇଛି । ବାତ୍ୟାରେ କ୍ଷୟକ୍ଷତି ପରେ ତୁରନ୍ତ ମରାମତି କାର୍ଯ୍ୟ କରି ପୁଣି ରେଳସେବା ଚଳାଚଳ କରାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.