Below header

PF ଧାରୀଙ୍କ ପାଇଁ ଖୁସି ଖବର, ଦିପାବଳୀ ପୂର୍ବରୁ ସରକାର ଦେବେ ଉପହାର

ଏମପ୍ଲୟୀ ପ୍ରଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (EPFO) ଜଣାଇଛି ଯେ ସେ ଆର୍ଥିକ ବର୍ଷ ୨୦୧୯-୨୦ ର ପ୍ରଥମ ସୁଧକୁ ଦିପାବଳୀ ପୁର୍ବରୁ ପିଏଫ ସବସ୍କ୍ରାଇବର୍ସଙ୍କ ଖାତାରେ ଜମା କରିବ। ଏକ ଜାତୀୟ ଗଣମାଧ୍ୟମକୁ ଇପିଏଫ ଏ ବିଷୟରେ ସୂଚନା ଦେଇ ଜଣାଇଛି। ଇପିଏଫ ପକ୍ଷରୁ ସେପ୍ଟେମ୍ବରରେ କୁହାଯାଇଥିଲା ଯେ ୩୧ ମାର୍ଚ୍ଚରେ ଶେଷ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତ ଇନଟ୍ରେଷ୍ଟ ବା ସୁଧ ଦିଆଯିବ।

୮.୧୫ ସୁଧ ଦିପାବଳୀରେ ବଣ୍ଟାଯିବ

ରିପୋର୍ଟ ମୁତାବକ ୮.୫ ପ୍ରତିଶତ ସୁଧ ରେଟକୁ ଦୁଇ ଭାଗରେ ଭାଙ୍ଗି ଦିଆଯିବ। ଏହା ୮.୧୫ ପ୍ରତିଶତ ଏବଂ ୦.୩୫ ପ୍ରତିଶତ ହେବ। ସରକାରଙ୍କ ଦ୍ୱାରା ମ୍ୟାନେଜ ଫଣ୍ଡ ଭଳି ୮.୧୫ ପ୍ରତିଶତ ସୁଧ ଦିପାବଳୀ ଭିତରେ ବାଣ୍ଟି ଦିଆଯିବ। ବଳକା ୦.୩୫ ପ୍ରତିଶତ ଇନଷ୍ଟାଣ୍ଟ ଡିସେମ୍ବର ପଯ୍ୟର୍ନ୍ତ ଜାରି କରାଯାଇପାରେ।

PFF1ଇନଷ୍ଟାଣ୍ଟ ରେଟ ୮.୫ ପ୍ରତିଶତ

କରୋନା ମହାମାରୀ କାରଣରୁ EPFO ପ୍ରଫିଟ୍‌ ଉପରେ ବହୁତ ଖରାପ ପ୍ରଭାବ ପଡିଥିଲା। ଏମିତିରେ ଇପିଏଫଓ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଇନଷ୍ଟାଣ୍ଟ ରେଟ ୮.୫ ପ୍ରତିଶତ ସ୍ଥିର ରଖିଛି।

କ୍ଲେମ ସେଟଲମେଣ୍ଟର ସମୟ ହ୍ରାସ କରାଯାଇଛି

କରୋନା ସଂକଟ ସମୟରେ ଇପିଏଫଓ କ୍ଲେମ ସେଟଲମେଣ୍ଟ ଅବଧି ବହୁତ କମ୍‌। ପୂର୍ବରୁ ଏହା ୨୦ ଦିନର କ୍ଲେମ ସେଟଲମେଣ୍ଟ ଥିଲା। କିନ୍ତୁ ଏବେ ଏହି କାମକୁ ୨୦ ଦିନରେ ପୂରା ହେବାକୁ ଯାଉଛି। ୨୫ ମାର୍ଚ୍ଚ ରୁ ଏବେ ପଯ୍ୟର୍ନ୍ତ ୪୦୫୦ କୋଟି ୩୮ ଲକ୍ଷ ୭୧ ହଜାର କ୍ଲେମ ସେଟଲ କରାଯାଇଛି। କେନ୍ଦ୍ର ସରକାର ଏମପ୍ଲୟୀ ଡିପୋଜିଟ ଲିଙ୍କଡ ଇନସୁରାନ୍ସ ସ୍କିମ ଅନୁଯାୟୀ ସମ ଆସ୍ୟୁର୍ଡକୁ ୬ ଲକ୍ଷ ବୃଦ୍ଧି କରାଯାଇ ୭ ଲକ୍ଷ କରିଦିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.