Below header

ଆଜି ଭୁବନେଶ୍ଵରରେ ୨୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୩୫୨ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜଧାନୀ ଭୁବନେଶ୍ୱରରୁ ୨୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ। ଏଥିରୁ ୭୯ ଜଣ କ୍ବାରେଣ୍ଟାଇନରୁ ଓ ୨୧୧ ସ୍ଥାନୀୟ ସଂକ୍ରମଣରୁ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ  ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା   ୨୫ ହଜାର ୪୬୪ ହୋଇଥିବା ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି। ସେହିଭଳି ଆଜି ଭୁବନେଶ୍ୱରରୁ  ୩୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Image

କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିଲେ। ଏମାନଙ୍କ ମଧ୍ୟରେ  ବରମୁଣ୍ଡା, ପୁରୁଣା ଭୁବନେଶ୍ୱର ଓ ଆଇଗଣିଆ, ଶ୍ରୀ ବିହାର, ଭିଏସଏସ ନଗର, ନୟାପଲ୍ଲୀ, ବମିଖାଲ ଇତ୍ୟାଦି ସ୍ଥାନରୁ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Image

ଲୋକାଲ  କଣ୍ଟାକ୍ଟ କେସରୁ ସହିଦ ନଗର , ଆଚାର‌୍ୟ୍ୟବିହାର , ଭରତପୁର , ବାପୁଜିନଗର , ପଟିଆ, ରସୁଲଗଡ଼ ସହିତ ଚନ୍ଦ୍ରଶେଖରପୁର, ବରମୁଣ୍ଡା, ନୟାପଲ୍ଲୀ, ସୁନ୍ଦରପଦା, ଡୁମଡୁମା, ଲକ୍ଷ୍ମୀସାଗର, ୟୁନିଟ-୮ରୁ ଅନେକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.