‘କିଷାନ କ୍ରେଡିଟ କାର୍ଡ’ ଜରିଆରେ ଚାଷୀଙ୍କ ବ୍ୟତୀତ ଅନ୍ୟ ମାନେ ବି ଉଠାଇ ପାରିବେ ଫାଇଦା, ଜାଣନ୍ତୁ କଣ ରହିଛି ନିୟମ

ଯେଉଁମାନେ ଚାଷ ବାସ କରୁନାହାନ୍ତି ସେମାନଙ୍କୁ ବି ମିଳିପାରେ କିଷାନ କ୍ରେଡିଟ କାର୍ଡ । ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗତ ବର୍ଷ ଜାରି ହୋଇଥିବା ଅଧିସୂଚନା ମୁତାବକ, ମାଛ ଚାଷ, ପଶୁ ପାଳନ ପରି କାମ ସହ ଜଡିତ ଥିବା ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ବି ଏହି ସୁବିଧା ମିଳିପାରିବ । ମାଛ ଚାଷ, ପଶୁ ପାଳନ ଏବଂ ଡ଼ାଇରୀ ମନ୍ତ୍ରାଳୟ ତରଫରୁ ବି ଏହି ସୂଚନା ଜାରି ହୋଇଛି । ଆଗକୁ ଯେପରି ପଶୁପାଳକ ଏବଂ ମାଛ ଚାଷ ପରି ଜଡିତ ଥିବା ଲୋକଙ୍କ ବ୍ୟବସାୟରେ ୱର୍କିଙ୍ଗ କ୍ୟାପିଟାଲକୁ ନେଇ ସମସ୍ୟା ନ ଉପୁଜିବ ସେହି ଉଦ୍ଦେଶ୍ୟରେ ହିଁ ଏହି ସୁବିଧା ଜାରି କରାଯାଇଛି ।

ફ્રી મા બનાવડાવો કિસાન ક્રેડિટ ...

ପ୍ରଥମେ କେବଳ ମାତ୍ର ଚାଷ କରୁଥିବା ଚାଷୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେଉଥିଲା । ଏବେ କିନ୍ତୁ ପଶୁପାଳକ, କୁକୁଡ଼ା ଚାଷ କରୁଥିବା ଲୋକଙ୍କୁ ବି ଏହି ସୁବିଧା ମିଳିପାରିବ । ଏହି କିସାନ କ୍ରେଡିଟ କାର୍ଡ ଜରିଆରେ ଏହି ଚାଷୀ ମାନଙ୍କୁ ଏକ ଲକ୍ଷ ୬୦ ହଜାର ଟଙ୍କାର ଲୋନ ବିନା କୌଣସି ଗ୍ୟାରେଣ୍ଟି ମିଳିପାରିବ । ଏହାବାଦ ୩ ଲକ୍ଷ ପର୍ଯ୍ୟନ୍ତର ଋଣ ଉପରେ ବର୍ଷକୁ ୨ ପ୍ରତିଶତ ପର୍ଯ୍ୟନ୍ତ ଛାଡ ମିଳିପାରିବ । ଖାଲି ଏତିକି ନୁହେଁ ଯଦି ସୁଧ ଟଙ୍କା ସମୟ ଅନୁସାରେ ପୈଠ କରାଯାଏ ତେବେ ବର୍ଷକୁ ୩ ପ୍ରତିଶତ ପର୍ଯ୍ୟନ୍ତ ଛାଡ ମିଳିପାରିବ । ଏହି ସ୍କିମ

ସାହାଯ୍ୟରେ ମାଛ ଧରାଳି, ମାଛ ଚାଷ ସହ ଜଡିତ ବ୍ୟକ୍ତି ମାନେ ସେଲ୍ଫ ହେଲ୍ପ ଗ୍ରୁପ ବା ମହିଳା ସମୂହ କ୍ରେଡିଟ କାର୍ଡ ପାଇଁ ଆବେଦନ କରି ପାରିବେ । କିନ୍ତୁ ଏଥି ପାଇଁ ଆବେଦନ କାରୀଙ୍କ ପାଖରେ ନିଜର ପୋଖରୀ ବା ଲିଜରେ ପୋଖରୀ ନିଆଯାଇଥିବା ଆବଶ୍ୟକ । ଏମିତିକି ସମୁଦ୍ରରେ ମାଛ ଧରୁଥିବା ମାଛ ଧରାଳୀଙ୍କୁ ବି ଏହି ସୁବିଧା ମିଳି ପାରିବ । ଅନୁରୂପ ଭାବେ ପଶୁ ଚାଷୀ ମାନେ ବି ଏହାର ଭରପୁର ଫାଇଦା ଉଠାଇ ପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.