Below header

ଏହି ସହଜ ଉପାୟରେ ପୁଣିଥରେ ପାଇପାରିବେ Whats app ର ପୁରୁଣା ଓ ଡିଲିଟ୍ ହୋଇଥିବା ମେସେଜ

ନୂଆ ଫୋନ କିଣିବା ପରେ ଆମେ ପ୍ରାୟତଃ ପୁରୁଣା ମୋବାଇଲରେ ଥିବା ହ୍ଵାଟ୍ସ ଆପ୍ ଚାଟ ଓ ମିଡିଆ ଫାଇଲ ହରାଇଥାନ୍ତି। କିନ୍ତୁ ଏବେ ଆପଣ ନୂଆ ଫୋନରେ ବି ପୁରୁଣା ଫୋନରେ ଥିବା ସମସ୍ତ ଫାଇଲ ପାଇ ପାରିବେ। ଆଜି ଆମେ ଆପଣଙ୍କୁ ଏକ ସହଜ ଟିପ୍ପ ଦେବାକୁ ଯାଉଛୁ, ଯାହାକୁ ଫଲୋ କଲେ ଆପଣ ସବୁ ପୁରୁଣା ଚାଟ ଓ ମିଡିଆ ଫାଇଲ ପାଇ ପାରିବେ। ଆସନ୍ତୁ ଜାଣିବା କିପରି…

WhatsApp for Android and chat backups | Kaspersky official blog

ହ୍ଵାଟ୍ସ ଆପ୍ ପ୍ରତିଦିନ ଚାଟର ବ୍ୟାକ ଅପ ନେଇଥାଏ। ପ୍ରାୟ ଅଧିକାଂଶ ଲୋକ ଏନେଇ ଜାଣିନଥାନ୍ତି। ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ ଯେ ହ୍ଵାଟ୍ସ ଆପ୍ ପ୍ରତି ରାତି ୨ଟାରେ ସମସ୍ତ ଫାଇଲ ଓ ଚାଟ ବ୍ୟାକ ଅପ ନେଇଥାଏ। ଏଥିରେ ଆପଣଙ୍କୁ କିଛି ଅପ୍ସନ ମିଳିବ। ଯଥା: Daily, weekly, monthly ଓ off। ଏଥିରୁ ଆପଣ ନିଜ ସୁବିଧା ଅନୁସାରେ ଚୟନ କରିବେ। ଏହା ଫଳରେ ଆପଣଙ୍କ ଚାଟ ସେଭ ହୋଇ ରହିଯିବ।

How to Backup and Restore WhatsApp Backup on Android

  • ଏଥିପାଇଁ ଆପଣ Daily ଚୟନ କରନ୍ତୁ।
  • ନୂଆ ଫୋନ ନେବା ପରେ ପ୍ରଥମେ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ Whats app ଲୋଡ କରନ୍ତୁ।
  • ଏବେ ନମ୍ବର ଓ ନାମ ଦେଇ ଆକାଉଣ୍ଟକୁ ଲଗ ଇନ କରନ୍ତୁ।
  • ସେଟ ଅପ କରି ସାରିବା ପରେ ଆପଣଙ୍କୁ chat restore ଅପ୍ସନ ମିଳିବ।
  • ଏହାକୁ କ୍ଲିକ କଲେ ଆପଣଙ୍କ ପୂର୍ବ ଫୋନରେ ଥିବା ସମସ୍ତ ଚାଟ ଓ ମିଡିଆ ଫାଇଲ ନୂଆ ଫୋନକୁ ଆସିଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.