Below header

ଚିହ୍ନଟ ହେଲେ କାରୋନା ଭାଇରସ ‘ପେସେଣ୍ଟ-ଜିରୋ’, ବୁହାନର ଏହି ମାଛ ବିକାଳୀ ହୋଇପାରିଥାନ୍ତି ପ୍ରଥମ କାରୋନା ରୋଗୀ

ବୈଜ୍ଞାନିକମାନେ କାରୋନା ଭାଇରସ ପେସେଣ୍ଟ – ଜିରୋ ଅର୍ଥାତ ପ୍ରାରମ୍ଭିକ ରୋଗୀଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ଚିହ୍ନଟ କରିଛନ୍ତି। ମହିଳା ଜଣଙ୍କ ବୁହାନ ହୁଆନନ ମାଂସ ବଜାରରେ ଚିଙ୍ଗୁଡ଼ି ମାଛ ବିକ୍ରି କରନ୍ତି। ଏହିଠାରୁ ହିଁ ଏହି ଚାଇନା ଭାଇରସ ଜନ୍ମ ନେଇଥିଲା। ମହିଳାଙ୍କୁ 10 ଡିସେମ୍ବରରେ ସଂକ୍ରମିତ ହୋଇଥିଲେ ଏବଂ ଗୋଟେ ମାସର ଚିକିତ୍ସା ପରେ ସେ ଜାନୁଆରୀରେ ହିଁ ସମୂର୍ଣ୍ଣ ଭାବେ ସଂକ୍ରମଣ ଠାରୁ ରକ୍ଷା ପାଇଥିଲେ।

marketଏହି ୫୭ ବର୍ଷୀୟା ମହିଳାଙ୍କ ନାମ ୱି ଗୁକ୍ସିୟାନ। ଯେତେବେଳେ ତାଙ୍କୁ ପ୍ରଥମେ ଥଣ୍ଡା ଜ୍ଵର ହେଲା ସେ ନିକଟସ୍ଥ କ୍ଲିନିକ ଗଲେ, ଯେଉଁଠି ତାଙ୍କୁ ଇଂଜେକସନ ଦେଇ ଘରକୁ ପଠାଇଦେଲେ ଡାକ୍ତର। କିନ୍ତୁ ତାପରେ ଯେତେବେଳେ ତାଙ୍କୁ ଭଲ ଲାଗିଲାନି ତେବେ ସେ ବୁହାନ ହସ୍ପିଟାଲ ଗଲେ। ସେଠାରେ ବି ତାଙ୍କୁ କୌଣସି ଲାଭ ମିଳିଲାନି। ଏହାପରେ ସେ ୧୬ ଡିସେମ୍ବରରେ ବୁହାନ ୟୁନିୟନ ହସ୍ପିଟାଲ ଗଲେ, ଯେଉଁଠି ତାଙ୍କୁ କୁହାଗଲା ଯେ ସେ ଏକ ନୂଆ ରୋଗରେ ଆକ୍ରାନ୍ତ ଅଛନ୍ତି।

ଏହାପରେ ଡ଼ାକ୍ତର ତାଙ୍କୁ କହିଥିଲେ ଯେ ବୁହାନର ମାଛ ମାର୍କେଟରୁ ଏମିତି ଅନେକ ମାମଲା ସାମ୍ନାକୁ ଆସୁଛି। ଏହାପରେ ଯେମିତି କାରୋନା ଭାଇରସ ଦ୍ୱାରା ହୋଇଥିବା ତାଙ୍କର ଏହି ରୋଗ ବିଷୟରେ ଡାକ୍ତର ଜାଣିପାରିଲେ ସେତେବେଳେ ତାଙ୍କୁ କ୍ୱାରେଣ୍ଟିନ କରିଦିଆଗଲା। ଏହାପରେ ସେ ଜାନୁଆରୀରେ ହିଁ ଠିକ ହୋଇଗଲେ।

corona 2ୱି ଜଣାଇଛନ୍ତି ଯେ ଏହି ଭାଇରସ ତାଙ୍କ ଠାରେ ସାର୍ବଜନିକ ଶୌଚାଳୟରୁ ଆସିଥାଇପରେ ଯେଉଁ ଶୌଚାଳୟକୁ ଅନ୍ୟ ମାଛ ବିକାଳୀ ଆସନ୍ତି। ସେ ସମୂହ ଶୌଚାଳୟରୁ ଭାଇରସର ସଂକ୍ରମଣରେ ଆସିଥିଲେ । ଏହା ସହିତ ସେ ଦାବି କରିଛନ୍ତି ଯେ ଯଦି ଚାଇନା ସରକାର ଉଚିତ ସମୟରେ ପଦକ୍ଷେପ ନେଇଥାନ୍ତେ ତେବେ କାରୋନା ଭାଇରସ ବ୍ୟାପିବାକୁ କମ ହୋଇପାରିଥାନ୍ତା।

ଉହାନ ମହାନଗର ସ୍ୱାସ୍ଥ୍ୟ କମିଶନଙ୍କ ଅନୁସାରେ, ୱି ୨୭ ଜଣ କରୋନା ପଜିଟିଭ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଏବଂ ମାର୍କେଟ ସହ ଜଡିତ ଥିବା ୨୪ଟି ମାମଲା ମଧ୍ୟରୁ ମଧ୍ୟ ସେ ଜଣେ । ୱି ‘ପେସେଣ୍ଟ -ଜିରୋ’ ହୋଇପାରନ୍ତି କିନ୍ତୁ ସେ ଭାଇରସ ସଂକ୍ରମଣ କରିବାର ପ୍ରଥମ ବ୍ୟକ୍ତି ହୋଇନପାରନ୍ତି । ଚୀନ ବୈଜ୍ଞାନିକଙ୍କ ଅନୁସାରେ, ବାୟୁ ଜନିତ ଭାଇରସ ସଂକ୍ରମଣରେ ଆସିଥିବା ପ୍ରଥମ ବ୍ୟକ୍ତିଙ୍କୁ ଡିସେମ୍ବର ୧ରେ ଚିହ୍ନଟ କରାଯାଇଥିଲା । କିନ୍ତୁ ତାଙ୍କର ସମୁଦ୍ରିକ ଖାଦ୍ୟ ମାର୍କେଟ ସହ କୌଣସି ସମ୍ପର୍କ ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.