Below header

୫ ମିନିଟରେ ହେବ କରୋନା ଯାଞ୍ଚ, ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବ ଏହି ଶସ୍ତା କିଟ୍

କରୋନା ଭାଇରସର ସଂକ୍ରମଣ ଯେଉଁ ଅନୁପାତରେ ବଢ଼ିବାରେ ଲାଗିଛି ଏହାର ଟେଷ୍ଟ କରିବାକୁ ଏବେ ଟେଷ୍ଟିଂ କିଟର ଅଭାବ ଦେଖିବାକୁ ମିଳୁଛି। ଇତି ମଧ୍ୟରେ ଭାରତ ମାତ୍ର ୧୨୦୦ ଟଙ୍କାରେ କରୋନା କିଟ ପ୍ରସ୍ତୁତ କରିଛି।

Abbott Test Kit

ଅନ୍ୟପଟେ ଆମେରିକାର ଆବଟ ନାମକ ଏକ କମ୍ପାନୀ ମାତ୍ର ୫ ମିନିଟରେ କରୋନା ଟେଷ୍ଟ କରିପାରୁଥିବା ଏକ କିଟ ତିଆରି କରିଛି। ତେବେ ବର୍ତ୍ତମାନ କମ୍ପାନୀର ଲ୍ୟାବ କେବଳ ଆମେରିକାରେ ଥିବା ବେଳେ ଖୁବଶୀଘ୍ର ଭାରତରେ ମଧ୍ୟ ଏହି ସେବା ଉପଲବ୍ଧ ହେବ ବୋଲି ଜଣାପଡିଛି।

ଏନେଇ ଆବଟ କମ୍ପାନୀ ତରଫରୁ କୁହାଯାଇଛି ଯେ ସାରା ବିଶ୍ୱର ଅଧିକରୁ ଅଧିକ ଲୋକଙ୍କ ପାଖରେ ସେମାନେ ନିଜ କିଟ ପହଞ୍ଚାଇବାକୁ ଚାହାନ୍ତି। ରିପୋର୍ଟ ମୁତାବକ କିଛି ଦିନ ମଧ୍ୟରେ କମ୍ପାନୀ ଭାରତରେ ମଧ୍ୟ ସେବା ଯୋଗାଇବ। ନୂଆ କିଟ ସମ୍ପର୍କରେ କମ୍ପାନୀ ଟ୍ୱିଟ କରି ସୂଚନା ଦେଇଛି।

ଏହି କିଟ ତିଆରି କରିବାକୁ କମ୍ପାନୀକୁ ୭ ଦିନ ଲାଗିଥିବା ନିର୍ମାତା କହିଛନ୍ତି। ଲୋକ ମାନେ ଏହାକୁ ବ୍ୟବହାର କରିବା ଆରମ୍ଭ କଲେ କମ୍ପାନୀ ପ୍ରଡକ୍ଟନ ବଢ଼ାଇବ ବୋଲି ସୂଚନା ଦେଇଛି। ତେବେ କମ୍ପାନୀର ଏହି କିଟ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି ପ୍ରସ୍ତୁତକର୍ତ୍ତା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.