ପୁଅର ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିଲେନି ବାପା, ଭିଡ଼ିଓ କଲରେ କହିଲେ “ମତେ କ୍ଷମା କରିଦେବୁ”

ବିଶ୍ୱବ୍ୟାପୀ କରୋନା ଭାଇରସ ସଙ୍କଟ ପରେ ଲକଡାଉନ ଘୋଷଣା ହେବା ପରେ ଜଣେ ହାବିଲଦାର ନିଜ ପୁଅର ସଂସ୍କାରରେ ଯୋଗ ଦେଇପାରିଲେ ନାହିଁ। ଜରୁରୀ କାଳୀନ ସ୍ଥିତିରେ ସୀମା ସିଲ ହେବା ପରେ ଘରକୁ ନଯାଇ ପାରିବାରୁ ଶେଷରେ ଭିଡ଼ିଓ କଲିଂ ଜରିଆରେ ନିଜ ପୁଅର ଶବ ଦେଖିବା ସହ କହିଛନ୍ତି, ପୁଅ ମତେ କ୍ଷମା କରିଦେବୁ। ମୁଁ ତତେ ଦେଖିବା ପାଇଁ ଆସିପାରିଲିନି। ଜୀବନସାରା ମୋର ଏହି କଥା ମନେ ରହିବ। ଏହି ଦୃଶ୍ୟ ଦେଖିବା ପରେ କେବଳ ପରିବାର ସଦସ୍ୟ ନୁହଁନ୍ତି ବରଂ ଆଖପାଖରେ ଥିବା ଅନ୍ୟ ଲୋକମାନଙ୍କ ଆଖିରେ ମଧ୍ୟ ଲୁହ ଆସିଯାଇଛି।

ରିପୋର୍ଟ ଅନୁଯାୟୀ ଏହି ଘଟଣା ଚାଟିଶଗଢର ଘୋଟପାଲ ଗାଁର। ଘୋଟପାଲ ଗାଁ ନିବାସୀ ନିବାସୀ ଏସଏସବିରେ ହାବିଲଦାର ରାଜକୁମାର ନେପାଳ ବର୍ଡରରେ ନିଯୁକ୍ତି ରତ। ସେ ୨ଟି କନ୍ୟା ଏବଂ ଗୋଟିଏ ପୁତ୍ର ସନ୍ତାନର ପିତା।

ସୂଚନା ମୁତାବକ ପୁଅଟିର ବୟସ ମାତ୍ର ୧ବର୍ଷ ହୋଇଥିବାବେଳେ କିଛି ମାସ ପୂର୍ବରୁ ପୁଅଟି ଟ୍ୟୁମର ରୋଗରେ ପୀଡିତ ଥିଲେ। ଏଥିପାଇଁ ପୂର୍ବରୁ ଚିକିତ୍ସା ଚାଲିଥିବା ବେଳେ ଗତ ବୁଧବାର ଦିନ ହଠାତ ସ୍ୱାସ୍ଥ୍ୟବସ୍ଥାରେ ଖରାପ ହେବାପରେ ଘର ଲୋକ ହସ୍ପିଟାଲ ନେଇଯିବା ପରେ ହିଁ ସେଠାରେ ପିଲାଟିର ମୃତ୍ୟୁ ହୋଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.