Below header

ବଢିଚାଲିଛି ସୁନା-ରୂପା ଦର, ଜାଣନ୍ତୁ ଆଜି କ’ଣ ରହିଛି ନୂଆ ଦାମ୍‌

ଭାରତୀୟ ବଜାରରେ ପ୍ରତିଦିନସୁନା ମୂଲ୍ୟରେ ପରିବର୍ତ୍ତନ ଆସୁଥିବା ଲକ୍ଷ୍ୟ କରାଯାଇଛି । ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ମାତ୍ର ୩୪ ଟଙ୍କା ବୃଦ୍ଧି ପାଇଛି। ୨୯ ତାରିଖ ଦିନ ସୁନା ମୂଲ୍ୟ ୪୯,୨୪୫ ଟଙ୍କା ରହିଥିଲା। ଦେଶର ପ୍ରମୁଖ ସହରମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ବିଶେଷ ପରିବର୍ତ୍ତନ ଆସିନାହିଁ । ଦେଶର ଆର୍ଥିକ ରାଜଧାନୀ ଭାବେ ଜଣା ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୪୮,୩୭୦ ଟଙ୍କା ଓ ୪୭,୩୭୦ ଟଙ୍କା ରହିଥିବା ବେଳେ ରାଜଧାନୀ ଦିଲ୍ଲୀରେ ରହିଛି ୪୮,୪୨୦ ଟଙ୍କା ଓ ୪୭,୨୨୦ ଟଙ୍କା ।

gg

ଭାରତ ବଜାର ପରି ଓଡିଶା ବଜାରରେ ବି ସୁନା ମୂଲ୍ୟରେ ବିଶେଷ ପରିବର୍ତ୍ତନ ଆସିନାହିଁ । ରାଜଧାନୀ ଭୁବନେଶ୍ୱରରେ  ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୪୯,୨୦୦ ଟଙ୍କା ଓ ୪୬,୪୬୦ ଟଙ୍କା ଥିବା ଜଣାଯାଇଛି । ସୁନା ପରି ରୂପା ମୂଲ୍ୟରେ ବି ବିଶେଷ ପରିବର୍ତ୍ତନ ଆସିନାହିଁ । କିଲୋଗ୍ରାମ ପ୍ରତି ମାତ୍ର ୧୦ ଟଙ୍କା ବଢି ୪୮,୧୨୦ ଟଙ୍କାରେ ସ୍ଥିର ରହିଛି । ଯେବେକି ପୂର୍ବଦିନ ରୂପା ଦର କିଲୋଗ୍ରାମ ପ୍ରତି ୪୮,୧୧୦ ଟଙ୍କା ଥିବା ରେକର୍ଡ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.