ରାଜ୍ଯରେ ପୁଣି ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୃତକ ଉଭୟ ମହିଳା

ଗଞ୍ଜାମ: ରାଜ୍ୟରେ ପୁଣି ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ । ଏହି ମୃତକ ଦୁଇଜଣ ଗଞ୍ଜାମ ଜିଲ୍ଲାର । ମୃତକ ଉଭୟ ମହିଳା ବୋଲି ଜଣାପଡିଛି । ଜଣେ ୪୮ ବର୍ଷୀୟ ଓ ଅନ୍ୟ ଜଣେ ୩୯ ବର୍ଷୀୟ । ଏମାନେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ ।

ଏହାକୁ ମିଶାଇ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ମୃତ୍ୟୁ କରୋନା ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି । ଗଞ୍ଜାମରୁ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫, କଟକରୁ ୪, ପୁରୀ ଓ ବରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଆଜି ରାଜ୍ୟରେ ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। .ସେମାନଙ୍କ ଭିତରୁ କ୍ୱାରେଣ୍ଟାଇନ୍‌ରୁ ୧୯୨, ଲୋକାଲ୍ କଣ୍ଟାକ୍ଟ ୧୪ଜଣ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.