ଅନ୍‌ଲାଇନ୍‌ରେ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ: ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ

ଭୁବନେଶ୍ବର: ଅନ୍‌ଲାଇନ୍‌ରେ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। କରୋନା ମହାମାରୀ ଦିନକୁ ଦିନ ବଢିଚାଲିଥିବାବେଳେ ସ୍କୁଲ ଓ କଲେଜ ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ଘୋର ବାଧା ସୃଷ୍ଟି ହୋଇଛି। ବିଶେଷକରି ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବେଶୀ ସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏପରି ସମସ୍ୟାରୁ ମୁକୁଳିବା ଲାଗି ଏଣିକି ଅନଲାଇନ୍‌ରେ ପାଠ ପଢିବେ ଛାତ୍ରଛାତ୍ରୀ। ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକମାନେ ଛାତ୍ରଛାତ୍ରୀଙ୍କୁ ନେଇ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ କରିବେ। ଏହାମାଧ୍ୟମରେ ଅନଲାଇନ କ୍ଲାସରେ ହେବ ପାଠପଢା। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।