ରାଜ୍ଯରେ ଆଉ ୨୦୬ କରୋନା ପଜିଟିଭ୍ ଚିହ୍ନଟ, ମାଲକାନଗିରିରେ ସର୍ବାଧିକ ୩୬ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ । ୨୦୬ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୯୨, ଲୋକାଲ୍ କଣ୍ଟାକ୍ଟ ୧୪ଜଣ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ରେ ପହଞ୍ଚିଛି। ତେବେ ମାଲକାନଗିରିରେ ସର୍ବାଧିକ ୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି ।

୨୨ଟି ଜିଲ୍ଲାରୁ ୨୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ଅନୁଗୁଳରୁ ୬, ବାଲେଶ୍ୱରରୁ ୫, ଭଦ୍ରକରୁ ୪, ବଲାଙ୍ଗୀରରୁ ୧୬, ବୌଦ୍ଧରୁ ୧, କଟକରୁ ୧୭, ଦେବଗଡରୁ ୧୫, ଢେଙ୍କାନାଳରୁ ୪, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୭, ଯାଜପୁରରୁ ୨୮, ଝାରସୁଗୁଡାରୁ ୩, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୬, ଖୋର୍ଦ୍ଧାରୁ ୭, କୋରାପୁଟରୁ ୧୮, ମୟୂରଭଞ୍ଜରୁ ୭, ନୟାଗଡରୁ ୧, ପୁରୀରୁ ୧, ସମ୍ବଲପୁରରୁ ୪ ଓ ସୁନ୍ଦରଗଡରୁ ୨ଜଣ ଚିହ୍ନଟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.