କରୋନା ପାଇଁ ପ୍ରସ୍ତୁତ ହେଲା ପ୍ରଥମ ସ୍ବଦେଶୀ ଭ୍ଯାକ୍ସିନ୍, ଆସନ୍ତା କାଲିଠାରୁ ଆରମ୍ଭ ହେବ ପରୀକ୍ଷଣ

କରୋନା ମହାମାରୀ ଭଳି ଗମ୍ଭୀର ପରିସ୍ଥିତି ମଧ୍ଯରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଭାରତରେ କୋଭିଡ-୧୯ର ପରଥମ ଭ୍ଯାକ୍ସିନ୍ ପ୍ରସ୍ତୁତ କରାଯାଇଛି। ଦେଶର ଅଗ୍ରଣୀ ନିର୍ମାତା ବାୟୋଟେକ୍ ଏହି ଭ୍ଯାକ୍ସିନ୍ ପ୍ରସ୍ତୁତ କରିଛନ୍ତି। ସବୁଠାରୁ ଖୁସି ଖବର ହେଉଛି ଏହି ଟୀକା ଜୁଲାଇ ମାସରେ ମଣିଷଙ୍କ ଉପରେ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଆଇସିଏମ୍ଆର ଓ ଏନ୍ଆଇଭି ବା ନ୍ଯାସନାଲ ଇଷ୍ଟିଚ୍ଯୁଟ୍ ଅଫ୍ ଭାଇରୋଲୋଜି ସହ ମିଶି ଭାରତ ବାୟୋଟେକ୍ ଏହି କୋଭ୍ଯାକ୍ସିନ୍ ପ୍ରସ୍ତୁତ କରିଛି । ଡ୍ରଗ୍ସ ନିୟନ୍ତ୍ରଣକାରୀ ସଂସ୍ଥା DCGIଠାରୁ ଅନୁମୋଦନ ପାଇଛି କୋଭ୍ଯାକ୍ସିନ୍ ।

corona 1ଏହି ସ୍ୱଦେଶୀ ଭ୍ଯାକ୍ସିନ୍ ଫେଜ୍-୧ ଓ ଫେଜ୍-୨ରେ କ୍ଲିନିକାଲ୍ ଟେଷ୍ଟ ପାଇଁ ଅନୁମତି ଦିଆଯାଇଛି । ଏନେଇ ଜୁଲାଇ ମାସରୁ ସାରା ଭାରତରେ କ୍ଲିନିକାଲ ଟେଷ୍ଟ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କୋଭିଡ୍ ୧୯ ବିରୋଧରେ ଭାରତର ପ୍ରଥମ ସ୍ୱଦେଶୀ ଭ୍ଯାକ୍ସିନ୍ କୋଭାକ୍ସିନ୍ ଘୋଷଣା କରିଥିବାରୁ ଗର୍ବିତ ବୋଲି ଭାରତ ବାୟୋଟେକ୍ର ଅଧ୍ୟକ୍ଷ କହିଛନ୍ତି ।

cc-11ସୂଚନା ମୁତାବକ ପୂର୍ବରୁ ଏହି କମ୍ପାନୀ ପୋଲିଓ, ରେବିଜ୍, ରୋଟାଭାଇରସ୍, ଜାପାନିଜ୍ ଏନ୍ସେଫାଲାଇଟିସ୍, ଚିକୁନ୍ଗୁନିଆ ଓ ଜିକା ପାଇଁ ଭାକ୍ସିନ୍ ପ୍ରସ୍ତୁତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.