Below header

ବଢିଲା ସୁନା ଓ କମିଲା ରୁପା, ଜାଣନ୍ତୁ କେତେ ହେଲା ଆପଣଙ୍କ ସହରରେ ଦାମ୍‌

ଏବେ ବିବାହ ଋତୁ ଚାଲିଛି। ଯଦି ଆପଣ ସୁନା କିଣିବାକୁ ଇଚ୍ଛା ପ୍ରକାଶ କରୁଥାନ୍ତି, ତେବେ ଆଜି ହିଁ କିଣିନିଅନ୍ତୁ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪ ୬, ୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭, ୮୫୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୯୫୦ ଟଙ୍କା ଓ ୪୯,୩୬୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୬,୧୧୦ ଟଙ୍କା ଓ ୪୭,୮୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୧୧୦ ଟଙ୍କା ଓ ୫୧, ୪୦୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫, ୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯, ୦୫୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୧୧୦ ଟଙ୍କା ଓ ୪୯,୮୧୦ ଟଙ୍କା ରହିଛି। ସେହିପରି ଆଜି ରୁପା ମୂଲ୍ୟ ବି କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୯୦୦ ଟଙ୍କା କମି ୬୦, ୭୦୦ ଟଙ୍କା ହୋଇଛି।

ଚେନ୍ନାଇରେ ରୁପା କେଜି ଦାମ୍‌ ୬୪,୮୦୦ ଟଙ୍କା ରହିଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇରେ ୬୦,୭୦୦ ଟଙ୍କା ରହିଛି। କଲିକତା ଏବଂ ବାଙ୍ଗାଲୋରରେ ରୁପା କେଜି ଦାମ୍‌ ୬୦,୮୦୦ ଟଙ୍କା ରହିଥିବା ବେଳେ ହାଇଦ୍ରାବାଦରେ ୬୪,୮୦୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.