ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଡ଼କାୟତି, ଟଙ୍କା ଧରି ଚମ୍ପଟ ମାରିଲେ ଦୁଇ ଦୁର୍ବୃତ୍ତ

ସୋର(କେନ୍ଯୁଜ୍): ପେଟ୍ରୋଲ ପମ୍ପରେ ଡକାୟତି । ବନ୍ଧୁକ ଦେଖାଇ ଭୟଭୀତ କରି ମହାବୀର ପେଟ୍ରୋଲ ପମ୍ପରୁ ଲୁଟ୍। ସିସି କେମେରାରେ କଏଦ ହେଲା ଲୁଟର ସମସ୍ତ ଦ୍ରୁଶ୍ଯ। ୧୬ନଂ ଜାତୀୟ ରାଜପଥ ଉତ୍ତରଶ୍ୱର ନିକଟ ମହାବୀର ପେଟ୍ରୋଲ ପମ୍ପରୁ ଗତରାତି ୧୧ଟାରେ ୩୦ ହାଜରରୁ ଅଧିକ ଟଙ୍କା ଲୁଟ୍ ହୋଇଛି।

ଦୁଇ ଦୁର୍ବୃତ୍ତ ଲୁଟ କରି ଫେରାର ହୋଇଯାଇଛନ୍ତି । ଦୁଇ ଡକାୟତ ପେଟ୍ରୋଲ ପମ୍ପରେ ଥିବା ଅଫିସ ଗୃହରେ ପଶି ଦୁଇ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ , ଧସ୍ତାଧସ୍ତି କରି ଟେବୁଲ ଡ୍ରୟାର ଭାଙ୍ଗି ଟଙ୍କା ବ୍ଯାଗ ନେଇ ଫେରାର ହୋଇଯାଇଥିଲେ। ଡକାୟତ ମାନେ ମୁଣ୍ଡରେ ଟୋପି ପିନ୍ଧି ଥିବାର ଦେଖିବାକୁ ମିଳିଛି । ରାତି ତମାମ ସୋର ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.