ଆପଣଙ୍କ ସ୍ମାର୍ଟଫୋନ ରହିବ ସୁରକ୍ଷିତ, ଏନେଇ ଗୁଗୁଲ ଡିଲଟ୍ କଲା ୨୨ଟି ଭାଇରସ୍ ଆପ୍

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ଏବଂ ଆଡ଼୍ରୋଏଡ଼ ଅପରେଟିଂ ସିଷ୍ଟମ ନିର୍ମାଣ କରିଥିବା କମ୍ପାନି ଗୁଗୁଲ ନିଜ ପ୍ଳେ ଷ୍ଟୋରରୁ ୨୨ଟି ଖତରାନକ୍ ଭାଇରସ ଅପକୁ ଡ଼ିଲିଟ କରିଛି। ଗୁଗୁଲର କହିବାନୁଯାୟୀ, ଏହି ଆପ ଗୁଡ଼ିକରେ ଭୟାନକ ଭାଇରସ ରହିଥିଲା ଯାହା ସ୍ମାର୍ଟଫୋନକୁ ବହୁତ କ୍ଷତି ପହଞ୍ଚାଉଥିଲା। ଏହି ସମସ୍ତ ଆପ ମାନଙ୍କର ବ୍ୟବହାର ଅନଲାଇନ ଫ୍ରଡ଼୍ ପାଇଁ କରାଯାଉଥିଲା। ଏହା ଛଡ଼ା ଏହି ଭାଇରସ ଆପ ମାନଙ୍କୁ ୨ ମିଲିୟନ ଅର୍ଥାତ୍ ପାଖାପାଖି ୨୦ ଲକ୍ଷ ଥର ଡ଼ାଉନଲୋଡ଼ କରାଯାଇଥିଲା। ଗୁଗୁଲର Sophos ନାମକୁ ସାଇବର ସିକ୍ୟୁରିଟି କମ୍ପାନି ଏହି ଆପ ବିଷୟରେ ସୂଚନା ଦେଇଥିବା ଜଣାପଡ଼ିଛି।

google

କମ୍ପାନି ତଦନ୍ତରେ ଖୋଜ୍ କରିଛି, ଏହି ଭାଇରସ ଆପ୍ସ ଗୁଡ଼ିକ Andr ଏବଂ Clickr ଆପ୍ ନେଟୱାର୍କ ସହ ଜଡ଼ିତ ଥିଲେ। ଏହା ଛଡ଼ା ଆପ ଗୁଡ଼ିକରେ ବହୁତ ଭଲ ଭାବେ ଭାଇରସ ଜଡ଼ିତ ରହିଥିଲା ଯାହା ଗ୍ରାହକଙ୍କ ଡ଼ାଟା ତଥା ସ୍ମାର୍ଟଫୋନକୁ ବହୁତ କ୍ଷତି ପହଞ୍ଚାଉଥିଲା। ଖାଲି ତାହା ନୁହଁ, ଏହି ଭାଇରସ ସମୁଚେ ଏଡ଼୍ରୋଏଡ଼୍ ଇକୋସିଷ୍ଟମକୁ ମଧ୍ୟ ନଷ୍ଟଭ୍ରଷ୍ଟ କରିବାର ସମ୍ଭାବନା ରହିଥିଲା।

google 3

ଏହି ଆପ୍ ଗୁଡ଼ିକରେ ଭାଇରସ ରହିଥିବା କାରଣରୁ ଏହାକୁ ଡ଼ାଉନଲୋଡ଼ କରିବା ମାତ୍ରେ ଗ୍ରାହକଙ୍କ ସ୍ମାର୍ଟଫୋନର ବ୍ୟାଟେରୀ ଡ଼େଡ଼୍ ହେବା ସହ ଡ଼ାଟା ଡ଼ିଲିଟ ହେବାକୁ ଲାଗୁଥିଲା। ଏଥିସହ ଏହି ଆପର ଭାଇରସ ସିଧାସଳଖ ବ୍ୟାକଗ୍ରାଉଣ୍ଡ ସର୍ଭରରେ ଜଡ଼ିତ ଥିବାରୁ ଏହା ଗ୍ରାହକଙ୍କ ଡ଼ାଟା ମଧ୍ୟ ସହଜରେ ଚୋରି କରିପାରୁଥିଲା।

ଦେଖିରଖନ୍ତୁ ଭାଇରସ ଭରା ଆପ ମାନଙ୍କର ତାଲିକା :

Sparkle FlashLight

Snake Attack

Math Solver

ShapeSorter

Tak A Trip

Magnifeye

Join Up

Zombie Killer

Space Rocket

Neon Pong

Just Flashlight

Table Soccer

Cliff Diver

Box Stack

Jelly Slice

AK Blackjack

Color Tiles

Animal Match

Roulette Mania

HexaFall

HexaBlocks

PairZap

 

Leave A Reply

Your email address will not be published.