ସରକାର ୨୦କୋଟି ମହିଳାଙ୍କ ଜନଧନ ଖାତାରେ ପ୍ରଥମ କିସ୍ତିରେ ୫୦୦-୫୦୦ଟଙ୍କା ଦେଇଛନ୍ତି। ସୂଚନା ମୁତାବକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ମାସରେ ୧.୭୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ସମୟରେ ଏହି ଯୋଜନାର ଘୋଷଣା କରିଥିଲେ।ଅର୍ଥମନ୍ତ୍ରୀଙ୍କ କହିବାନୁଯାୟୀ ୨୦.୫କୋଟି ମହିଳାଙ୍କ ଖାତାରେ ୩ ମାସ ପର୍ଯ୍ୟନ୍ତ ୫୦୦ ଟଙ୍କା ଦିଆଯିବ। ଏଭଳି ସଂକଟରେ ଘର ଚଳାଇବା
ପାଇଁ ସାହାଯ୍ୟ ପାଇପାରିବେ।ଭାରତୀୟ ବ୍ୟାଙ୍କ ସଂଘ (IBA) ଦ୍ୱାରା ଏହି ଟଙ୍କା ବାହାର କରିବା ନେଇ ସାମାଜିକ ଦୂରତା ପାଳନ କରିବା ପାଇଁ ଏପ୍ରିଲ ମାସରେ ସମସ୍ତ ବ୍ୟାଙ୍କ ପାଇଁ ସାରିଣୀ ଚୟନ କରାଯାଇଛି। ବ୍ୟାଙ୍କରେ ଲୋକମାନଙ୍କୁ ଭିଡରୁ ଦୁରେଇ ରଖିବା ପାଇଁ ଏହି ଟଙ୍କା ମହିଳାଙ୍କ ଖାତାରେ ୫ଦିନରେ ସ୍ଥାନାନ୍ତରିତ କରାଯାଇଛି। ଯେଉଁ ମହିଳାଙ୍କ ଖାତାରେ ଶେଷ ଅଙ୍କ ୦ ଏବଂ ୧ ସେମାନଙ୍କ ଖାତାରେ ଗତ ୩ଏପ୍ରିଲରେ ଟଙ୍କା ଦିଆଯାଇଛି।
୨ ଏବଂ ୩ ଅଙ୍କ ଥିବା ଲୋକଙ୍କ ଖାତାରେ ୪ଏପ୍ରିଲରେ ଟଙ୍କା ଦିଆଯାଇଥିବା ବେଳେ ୪ ଏବଂ ୫ ଅଙ୍କ ଥିବା ଲୋକଙ୍କ ଖାତାରେ ଗତ ୭ତାରିଖରେ ଟଙ୍କା ଦିଆଯାଇଛି। IBA କହିବାନୁଯାୟୀ ଯେଉଁ ମହିଳାଙ୍କ ଖାତାରେ ଶେଷ ଅଙ୍କ ୮ ଏବଂ ୯ ରହିଛି ସେମାନଙ୍କ ଖାତାରେ ଆଜି ଟଙ୍କା ଆସିବ। ଏହିସବୁ ଖାତାଧାରକଙ୍କ ୫୦୦-୫୦୦ ଟଙ୍କାର ଆଉ ୨ ଟି କିସ୍ତି ଆସନ୍ତା ମେ ଏବଂ ଜୁନ ମାସରେ ଦିଆଯିବ।