Below header

ବହୁତ ଜଲଦି ଆର୍ଥିକ ପ୍ୟାକେଜ ଘୋଷଣା କରିପାରନ୍ତି ସରକାର, ଅର୍ଥବ୍ୟବସ୍ଥା ମଜବୁତକୁ ନେଇ ହେବ ଘୋଷଣା

ଲକଡାଉନ ଦ୍ୱାରା ବହୁତ ମାତ୍ରାରେ ପ୍ରଭାବିତ ହୋଇଥିବା ଅର୍ଥବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ବହୁତ ଜଲଦି ଆଉ ଏକ ବଡ ରିଲିଫ ପ୍ୟାକେଜ ଘୋଷଣା କରିପାରନ୍ତି। ସୂଚନା ଅନୁଯାୟୀ ଏହି ଘୋଷଣା ଲକଡାଉନ ଶେଷ ହେବା ପୂର୍ବରୁ ହିଁ କରାଯିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସରକାରଙ୍କ ଧ୍ୟାନ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବିମାନ, କ୍ଷୁଦ୍ର ବେପାର, ପର୍ଯ୍ୟଟନ , ଟୁର ଏବଂ ଟ୍ରାଭେଲ, ହୋଟେଲ ଉଦ୍ୟୋଗଙ୍କ ବ୍ୟତୀତ ଛୋଟ ଏବଂ ମଧ୍ୟମ ଉଦ୍ୟୋଗଙ୍କ ଉପରେ ରହିଛି।

ଉଦ୍ୟୋଗ ସଂଗଠନ ସିଆଇଆଇ ଏବଂ ଏସୋଚାମ ଉଦ୍ୟୋଗକୁ ପୁନର୍ଜିବିତ କରିବା ପାଇଁ ସରକାରଙ୍କୁ ବଡ଼ ପ୍ୟାକେଜ ଦାବି କରିଛନ୍ତି। ସିଆଇଆଇର ମୁଖ୍ୟ ସରକାରଙ୍କୁ ଜଣାଇଛନ୍ତି ଯେ ଅର୍ଥବ୍ୟବସ୍ଥାକୁ ପୁଣି ସୁଧାରିବାକୁ ହେଲେ ଅତି କମରେ ୮ ଲକ୍ଷ କୋଟି ଟଙ୍କାର ଅବ୍ୟଶ୍ୟକ ହେବ। ସେହିପାରି ଏସୋଚାମ ୧୫ ରୁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଦାବି କରିଛନ୍ତି।

ପ୍ୟାକେଜ ପାଇଁ ସରକାର ରିଜର୍ଭ ବ୍ୟାଙ୍କ ଠାରୁ ଋଣ ନେଇପାରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ପାଇଁ ବଜେଟରେ ୩.୫ ପ୍ରତିଶତ ହ୍ରାସ କରିବାକୁ ଅନୁମାନ ଲଗାଇଥିଲେ। କିନ୍ତୁ ଆରବିଆଇ ଠାରୁ ଋଣ ନେବା ପାଇଁ ଏହାକୁ ତିନି ରୁ ଚାରି ପ୍ରତିଶତ ଅଧିକ ବୃଦ୍ଧି କରାଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.