ଜହ୍ନ ଚାରିପଟେ ବଳୟ “ହାଲୋ ମୁନ୍” କ’ଣ ସୂଚାଏ, ପୃଥିବୀକୁ କିଛି ବିପଦର ପ୍ରାକ୍ ସୂଚନା କି!

ପ୍ରାୟତଃ ଆକାଶରେ ଅନେକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳେ। କେତେବେଳେ ସୂର୍ଯ୍ୟପରାଗ ତ ଆଉ କେତେବେଳେ ଚନ୍ଦ୍ରଗ୍ରହଣ। ଏସବୁ ଦୃଶ୍ୟ ବେଳେବେଳେ ଖାଲି ଆଖିରେ ବି ଦେଖି ହୁଏ। ତେବେ ଗତ କାଲି ଥିଲା ପୂର୍ଣ୍ଣିମା ତିଥି। କାଲି ମଧ୍ୟ ଆକାଶରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। କାଲି ଜହ୍ନ ଚାରି ପଟେ ବଳୟ ଦୃଶ୍ୟମାନ ହୋଇଥିଲା। ଏହାକୁ ବୈଜ୍ଞାନିକ ଭାଷାରେ ହାଲୋ ମୁନ୍ ବୋଲି କୁହାଯାଏ।

moon2

ଜ୍ୟୋତିର୍ବିତଙ୍କ କହିବାନୁସାରେ ସବୁବେଳେ ହାଲୋ ମୁନ୍ ଦେଖାଯାଏ ନାହିଁ। କେବଳ କେତେକ ବିଶେଷ ମୁହୂର୍ତ୍ତରେ ଏହା ଦେଖିବାକୁ ମିଳିଥାଏ। ଚନ୍ଦ୍ରପୃଷ୍ଠର ତାପମାତ୍ରା ଓ ଆଲୋକର ବେଗରେ ପରିବର୍ତ୍ତନ ଯୋଗୁ ହାଲୋ ମୁନ୍ ଦେଖାଯାଏ।

ପାଣିପାଗର ପରିବର୍ତ୍ତନ ତଥା ଝଡ଼ ବର୍ଷା ହେବାର ପ୍ରାକ୍ ସୂଚନା ମଧ୍ୟ ଏହା ଦେଇଥାଏ। ଚନ୍ଦ୍ର ଚାରିପଟେ ବଳୟ ଦେଖାଯିବାର ବୈଜ୍ଞାନିକ କାରଣ ହେଉଛି ଆକାଶରେ ମେଘର ଉପସ୍ଥିତି। ବାଦଲ ଯୋଗୁ ସାଧାରଣ ଆଖିକୁ ଏହା ବଳୟ ସ୍ୱରୂପ ଦୃଶ୍ୟମାନ ହୁଏ।

ତେବେ ବର୍ତ୍ତମାନ ଧୀରେ ଧୀରେ ଶୀତୠତୁ ଶେଷ ହୋଇ ଗ୍ରୀଷ୍ମପ୍ରବାହ ଜାରି ହେଉଥିବାରୁ ପୃଥିବୀର ତାପମାତ୍ରାରେ ପରିବର୍ତ୍ତନ ଘଟୁଛି। ଏହି କାରଣରୁ କେତେକ ସ୍ଥାନରେ ବର୍ଷା ମଧ୍ୟ ହେଉଛି। ତେଣୁ ଆକାଶ ମେଘୁଆ ଥିବାରୁ ଜହ୍ନ ଏଭଳି ଦୃଷ୍ଟିଗୋଚର ହେଉଛି ବୋଲି ବୈଜ୍ଞାନିକ ମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.