Below header

କରୋନା ପଜେଟିଭ ଅଭିନେତ୍ରୀ ସେୟାର କଲେ ନିଜ ମନକଥା, କହିଲେ ଡାକ୍ତର ହେଉଛନ୍ତି ପ୍ରକୃତ ‘ହିରୋ’

ବଲିଉଡ ସିଙ୍ଗର କନିକା କପୁରଙ୍କ ପରେ ଫିଲ୍ମ ନିର୍ମାତା କରିମ ମୋରାନୀଙ୍କର ମଧ୍ୟ କରୋନା ପଜେଟିଭ ଆସିଛି। ଏହାପୂର୍ବରୁ କରିମ ମୋରାନୀଙ୍କ ଝିଅ ବସଜା ମୋରାନୀଙ୍କର ମଧ୍ୟ କରୋନା ପଜେଟିଭ ଆସିଥିଲା। ସୂଚନା ମୁତାବକ ଦୁଇଜଣଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖାଯାଇନଥିଲା। କିନ୍ତୁ କରିମଙ୍କ ଆଉଜଣେ ଝିଅ ଜୋଆ ମୋରାନୀଙ୍କର କରୋନା ପଜେଟିଭ ବାହାରିବା ପରେ ତାଙ୍କ ପାଖରେ କରୋନାର ଲକ୍ଷଣ ଦେଖାଯିବା କଥା ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ପଷ୍ଟ କରିଛନ୍ତି। ଏଥିସହ ଜୋଆ କହିଛନ୍ତି, ଏଭଳି ପରିସ୍ଥିତିରେ ମଧ୍ୟ ଡାକ୍ତରମାନେ ଲୋକମାନଙ୍କର ବହୁତ ଭଲଭାବେ ଧ୍ୟାନ ରଖୁଛନ୍ତି।

morani

ଜୋଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିବା ସହ ଲେଖିଛନ୍ତି, “ମୋ ବାପା, ଭଉଣୀ ଏବଂ ମୁଁ କରୋନାରେ ସଂକ୍ରମିତ।” ମୋ ବାପା ଏବଂ ଭଉଣୀଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନଥିବା ବେଳେ ମୋ ପାଖରେ କିଛି ଲକ୍ଷଣ ରହିଥିଲା। ମତେ ଏପରି ଲାଗିଥିଲା ଯେମିତି ମତେ ଥଣ୍ଡା ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହେଉଛି କିନ୍ତୁ ଗରମ ପାଣି ପିଇବା ଏବଂ ଯୋଗ କରିବାପରେ ମତେ ଭଲ ହେବାର ଅନୁଭବ ହୋଇଥିଲା। ଆଶା କରୁଛି ମୁଁ ବହୁତ ଜଲଦି ଘରକୁ ଯାଇପାରିବି।

corona

ଆଗକୁ ଜୋଆ ଏହା ମଧ୍ୟ କହିଛନ୍ତି, “ଏଠାକାର ଡାକ୍ତର, ନର୍ସ ଏବଂ ହସ୍ପିଟାଲର ସମସ୍ତ ଷ୍ଟାଫ ଆମମାନଙ୍କର ଯେପରି ଧ୍ୟାନ ରଖୁଛନ୍ତି ଏଥିପାଇଁ ସେମାନଙ୍କୁ ପ୍ରଶଂସା କରିବା ପାଇଁ ଶବ୍ଦ ନାହିଁ। ମୁଁ ନିଜେ ଦେଖିଛି ସେମାନେ ତାଙ୍କର ପ୍ରୋଟେକ୍ଟିଭ ସୁଟରେ ଆରାମ ଦାୟକ ନଥିବା ପରେ ମଧ୍ୟ ବାରମ୍ବାର ଏଭଳି ପରିସ୍ଥିତିର ସାମ୍ନା କରି ଆମର ଚିକିତ୍ସା କରୁଛନ୍ତି। ଏମାନେ ପ୍ରକୃତରେ ‘ହିରୋ’।

ଜୋଆ କହିଛନ୍ତି, ମୋ ଡାକ୍ତର ବହୁତ ସ୍ୱିଟ। ସବୁବେଳେ ସେ ମତେ ଭଲ ଅନୁଭବ କରାଇବା ପାଇଁ ମଜା କରିଥାନ୍ତି। ମୁଁ ଡାକ୍ତର ସୌରଭଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଇବା ସହ ମୁଁ ମୋ ନିଜକୁ ତାଙ୍କ ସହ ବହୁତ ସୁରକ୍ଷିତ ଅନୁଭବ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.