Below header

ଏତେ ସଚେତନ ପରେ ବି ବଦଳିନି ଚିନ୍ତାଧାରା, କରୋନା ରୋଗୀଙ୍କୁ ଦିନରାତି ଚିକିତ୍ସା କରୁଥିବା ମହିଳା ଡାକ୍ତରଙ୍କୁ ଏପରି ବ୍ୟବହାର କଲେ ପଡ଼ୋଶୀ

ନୂଆଦିଲ୍ଲୀ ସ୍ଥିତ ଗୌତମ ନଗର ଅଞ୍ଚଳରେ ରହୁଥିବା ସଫଦରଜଙ୍ଗର ୨ ମହିଳା ଡାକ୍ତରଙ୍କ ସହ ସ୍ଥାନୀୟ ଲୋକମାନେ ବ୍ୟବହାର ଖରାପ କରିବା ସହ ଦୁଇ ଜଣ ଡାକ୍ତର କରୋନା ବ୍ୟାପାଉଥିବାର ଅଭିଯୋଗ କରିବା ସହ ଡାକ୍ତରଙ୍କୁ ମାଡ ମାରିଛନ୍ତି। ସୂଚନା ଅନୁଯାୟୀ ଦୁଇଜଣ ଡାକ୍ତର ସଫଦରଜଙ୍ଗ ହସ୍ପିଟାଲରର ଇମରଜେନ୍ସି ବିଭାଗରେ କାର୍ଯ୍ୟରତ। ଏହି ଘଟଣା ପରେ ମହିଳା ଡାକ୍ତର ପୋଲିସ ପାଖରେ ମାମଲା ରୁଜୁ କରିଛନ୍ତି। ଏହାପରେ ପୋଲିସ ଡାକ୍ତରଙ୍କୁ ଅଭଦ୍ର ବ୍ୟବହାର ଏବଂ ମାଡ ମାରିଥିବା ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି।

corona

ରିପୋର୍ଟ ଅନୁଯାୟୀ ଗତ ବୁଧବାର ରାତିରେ ୯.୩୦ରେ ଦୁଇ ଜଣ ମହିଳା ଡାକ୍ତର କାମରୁ ଫେରିବା ପରେ କିଛି ଜରୁରୀ ଜିନିଷ ଆଣିବା ପାଇଁ ଗୁଲମୋହର ଇଂକ୍ଲେଭ ନିକଟରେ ଥିବା ଏକ ଦୋକାନକୁ ଯାଇଥିଲେ। ଏଠାରେ ପୂର୍ବରୁ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ପ୍ରଥମେ ତାଙ୍କୁ ସାମାଜିକ ଦୂରତା ବିଷୟରେ କହିଥିଲେ। ଯେତେବେଳେ ୨ ଜଣ ଡାକ୍ତର ତାଙ୍କୁ ଏହି ବିଷୟରେ ଜଣାଥିବା କହିବା ପରେ ଅଭିଯୁକ୍ତ ରାଗରେ ମାମଲା ରୁଜୁ କରିବା ପାଇଁ ଧମକ ଦେଇଥିଲେ। ଏହାପରେ ଦୁଇଜଣ ଡାକ୍ତର ସେହି ସ୍ଥାନରୁ ଯିବା ପାଇଁ ବାହାରିବା ବେଳେ ଅଭିଯୁକ୍ତମାନେ ରାସ୍ତା ଅଟକାଇବା ସହ ମାଡ ମାରିଥିଲେ।

ଉକ୍ତ ଘଟଣା ପରେ ଦୁଇଜଣ ଡାକ୍ତର ପୋଲିସ ନିକଟରେ ମାମଲା ରୁଜୁ କରିବା ପରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.