Below header

ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଝଟକା ! ସରକାର ବଢାଇଲେ ଏୟାର ଟିକେଟର ଦାମ୍

ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଝଟକା। ଏବେ ଫ୍ଲାଇଟରେ ଯାତ୍ରା କରିବା ମହଙ୍ଗା ହୋଇଯିବ । ବିମାନ ଚଳାଚଳ ମନ୍ତ୍ରାଳୟ ଘରୋଇ ବିମାନ ଭଡାରେ ସର୍ବାଧିକ ଏବଂ ସର୍ବନିମ୍ନ ସୀମାରେ ୧୨.୫ ପ୍ରତିଶତ ବୃଦ୍ଧି କରିଛି ।

ସୂଚନାଯୋଗ୍ଯ, ଗତ ବର୍ଷ କରୋନା ସମୟରେ ସରକାର ବିମାନ ଯାତ୍ରା ସମ୍ପର୍କରେ କିଛି କଟକଣା ଲଗାଇଥିଲେ । କରୋନା ଭାଇରସ ଯୋଗୁଁ ୨ ମାସର ଲକଡାଉନ ପରେ ସେବାକୁ ପୁଣି ଆରମ୍ଭ କରାଯାଇଥିଲା । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏୟାରଲାଇନ୍ କମ୍ପାନୀମାନେ ଅଧିକ କ୍ଷମତା ସହିତ ଉଡାଣ ଭରୁଛନ୍ତି । ଏବେ ଘରୋଇ ଏୟାରଲାଇନ୍ କମ୍ପାନୀମାନେ ଅଧିକ କ୍ଷମତା ସହିତ ଉଡାଣ ଭରୁଛନ୍ତି । ନିକଟରେ ସରକାର ଏଥିପାଇଁ ସେମାନଙ୍କୁ ଅନୁମତି ଦେଇଛନ୍ତି । ବର୍ତ୍ତମାନ ଏୟାରଲାଇନ୍ କମ୍ପାନୀମାନେ ଉଡାଣ କ୍ଷମତାକୁ ୬୫ ପ୍ରତିଶତରୁ ବୃଦ୍ଧି କରି ୭୨.୫ ପ୍ରତିଶତ କରିଦେଇଛନ୍ତି ।

୧୨ ଅଗଷ୍ଟରେ ଏକ ନିଷ୍ପତ୍ତି ଅନୁସାରେ ମନ୍ତ୍ରାଳୟ ୪୦ ମିନିଟ ଅବଧିର ଉଡାଣର ନିମ୍ନ ସୀମାକୁ ୧୧.୫୩ ପ୍ରତିଶତ ବୃଦ୍ଧି ସହିତ ୨୬୦୦ ଟଙ୍କାରୁ ୨୯୦୦ ଟଙ୍କା କରିଦେଇଛନ୍ତି । ୧୦ ମିନିଟରୁ କମ ଉଡାଣ ପାଇଁ ସର୍ବାଧିକ ସୀମାକୁ ୧୨.୮୨ ପ୍ରତିଶତ ବୃଦ୍ଧି କରି ୮୮୦୦ ଟଙ୍କା କରିଦିଆଯାଇଛି । ସେହିଭଳି ୪୦-୬୦ ମିନିଟ୍ ମଧ୍ୟରେ ଅବଧି ଉଡାଣର ସୀମା ଏବେ ୩୩୦୦ ଟଙ୍କା ବଦଳରେ ୩୭୦୦ ଟଙ୍କା ହୋଇଛି । ଏହି ଉଡାଣର ଉପରୀ ସୀମା ୧୨.୨୪ ପ୍ରତିଶତ ବଢାଇ ୧୧୦୦୦ ଟଙ୍କା କରିଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.