କେନ୍ଦୁଝର: କୁମୁଳା ବାହାଳି ନାଳରୁ ଅଜଣା ମୃତ ଦେହ ଉଦ୍ଧାର

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କରଡାପାଳ ଗ୍ରାମ ନିକଟ କୁମୁଳା ବାହାଳି ନାଳରୁ ଜଣେ ଅଚିହ୍ନା ଯୁବକର ଶବକୁ ଉଦ୍ଧାର କରିଛି ପୋଲିସ । ଏହି ଯୁବକଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା ଜଣାପଡିଛି । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ ।

ଅନ୍ୟପଟେ ପୋଲିସ ଶବକୁ ଉଦ୍ଧାର କରିବା ପରେ ବ୍ୟବଛେଦ ପାଇଁ ପଠାଇଛି।ଏ ନେଇ ହରିଚନ୍ଦନପୁର ପୋଲିସ କେସ ନମ୍ବର ୯୧/୨୧ , ୩୦୨, ୨୦୧ ,୩୪ ରେ ଏକ ମାମଲା ରୁଜୁ କରି ୫ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.