ଭାରତରେ ଲଞ୍ଚ ହେଲା ଗ୍ରେଟା ଗ୍ଲାଇଡ୍ ଇଲେକ୍ଟ୍ରିକ୍ ସ୍କୁଟର, ୧୦୦ କିଲୋମିଟର ପର୍ଯ୍ୟନ୍ତ ଯିବା ସହିତ ରହିଛି ଦମଦାର ଫିଚର୍

ମାର୍କେଟରେ ବର୍ତ୍ତମାନ ବିଭିନ୍ନ ପ୍ରକାର ନୂଆ ଡିଜାଇନ୍ ଗାଡ଼ି ଆସିବାରେ ଲାଗିଛି। ତେଲ ଦର ବଢିବା ପରେ ଅନେକ ଗ୍ରାହକ ଏବେ ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ପସନ୍ଦ କରୁଛନ୍ତି। କାରଣ ଏହାର ଦାମ୍ ମଧ୍ୟ ପେଟ୍ରୋଲ ଗାଡ଼ି ଭଳି ସମାନ ରହୁଛି। ପୁଣି ଏହା ଭଲ ମାଇଲେଜ୍ ମଧ୍ୟ ଦେଉଛି। ଠିକ୍ ସେମିତି ଭଲ ମାଇଲେଜ୍ ଦେବା ପରି ଆଉ ଏକ ଇଲେକ୍ଟ୍ରିକ୍ ଗାଡ଼ି ଗ୍ରେଟା ଇଲେକ୍ଟ୍ରିକ୍ ସ୍କୁଟର ଭାରତୀୟ ମାର୍କେଟରେ ଲଞ୍ଚ ହୋଇଛି। ଯାହାର ଫିଚର୍ ମଧ୍ୟ ଭଲ ରହିଛି।
ଆସନ୍ତୁ ଜାଣିବା ଏହାର ଫିଚର୍ ବିଷୟରେ:

ଗ୍ରେଟା ଇଲେକ୍ଟ୍ରିକ୍ ସ୍କୁଟର ଏକ ନୂଆ ଇଲେକ୍ଟ୍ରିକ୍ ସ୍କୁଟର, ଯାହା ଗ୍ରେଟା ଗ୍ଲାଇଡ୍ ଭାରତୀୟ ବଜାରରେ ଲଞ୍ଚ କରିଛି। ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ରହିଛି ୮୦,୦୦୦ ଟଙ୍କା। ଗ୍ରେଟା ଗ୍ଲାଇଡ୍ ଇଲେକ୍ଟ୍ରିକ୍ ସ୍କୁଟର ଥରେ ଫୁଲ୍ ଚାର୍ଜ କଲେ ଏହି ଗାଡ଼ି ପ୍ରାୟ ୧୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ। ଏହି ସ୍କୁଟରରେ ଲିଥିୟମ୍-ଆୟନ ବ୍ୟାଟେରୀ ଉପଲବ୍ଧ। କମ୍ପାନୀ ଦାବି କରିଛି ଯେ ଏହି ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟାଟେରୀ ପ୍ରାୟ ୨.୫ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଫାଷ୍ଟ ଚାର୍ଜିଂ ହୋଇପାରିବ।
ଆପଣ ଚାହିଁଲେ ଏହାକୁ ବର୍ତ୍ତମାନ ବୁକିଂ କରିପାରିବେ। କାରଣ ଗ୍ରେଟା ଗ୍ଲାଇଡ୍ ଇଲେକ୍ଟ୍ରିକ୍ ସ୍କୁଟର ପାଇଁ ବୁକିଂ ଆରମ୍ଭ ହୋଇଯାଇଛି। ଏହା ସହିତ, ଗ୍ରାହକମାନେ କମ୍ପାନୀର ବାଏ ନାଓ ଅଫରଗୁଡ଼ିକର ଲାଭ ମଧ୍ୟ ଉଠାଇ ପାରିବେ।ପ୍ରି-ବୁକ୍ ହୋଇଥିବା ସ୍କୁଟରରେ ୬,୦୦୦ ଟଙ୍କା ଏବଂ ସ୍ପଟ୍ ବୁକ୍ ହୋଇଥିବା ସ୍କୁଟରରେ ୨,୦୦୦ ଟଙ୍କା ଅଫର ଦିଆଯାଉଛି। ଗାଡ଼ିରେ ୪ ଟି ବ୍ୟାଟେରୀ ଅପ୍ସନ୍ ରହିଛି। ଗ୍ରାହକମାନେ ଚାରିଟି ବ୍ୟାଟେରୀ ଅପ୍ସନରୁ କିଲୋମିଟର ଅନୁଯାୟୀ ବ୍ୟାଟେରୀ ବାଛି ପାରିବେ। ଯେମିତିକି V2 48v-24Ah ବ୍ୟାଟେରୀ ପ୍ୟାକ୍, ୬୦ କିଲୋମିଟର ପାଇଁ।
୬୦ କିଲୋମିଟର ପାଇଁ V2 + 60v-24Ah ବ୍ୟାଟେରୀ ପ୍ୟାକ୍। ୧୦୦ କିଲୋମିଟର ପାଇଁ V3 48v-30Ah ବ୍ୟାଟେରୀ ପ୍ୟାକ୍ ଓ ୧୦୦ କିଲୋମିଟର ପାଇଁ ଅନ୍ୟ ଏକ ବ୍ୟାଟେରୀ ପାଇଁ V3 + 60v-30Ah ବ୍ୟାଟେରୀ ପ୍ୟାକ୍ ରହିଛି। ଏଥିରେ ଲି-ଆୟନ ବ୍ୟାଟେରୀ ପ୍ୟାକ୍ ରହିଛି। ଗ୍ରେଟା ବ୍ୟାଟେରୀ ପ୍ୟାକ୍ ଉପରେ ତିନି ବର୍ଷର ୱାରେଣ୍ଟି ମଧ୍ୟ ପ୍ରଦାନ କରୁଛି। ବ୍ୟାଟେରୀ ବିକଳ୍ପ ଅନୁଯାୟୀ ସ୍କୁଟରର ମୂଲ୍ୟ ଏବଂ ମାଇଲେଜ୍ ଭିନ୍ନ ହୋଇଥାଏ।
ସ୍କୁଟରରେ ରିଭର୍ସ ଡ୍ରାଇଭ୍ ମୋଡ୍ ଏବଂ ଥ୍ରୀ-ସ୍ପିଡ୍ ଡ୍ରାଇଭ୍ ମୋଡ୍ ମଧ୍ୟ ରହିଛି। ଗ୍ରେଟା ଗ୍ଲାଇଡ୍ରର ଅନ୍ୟ ଫିଚର୍ ବିଷୟରେ କହିବାକୁ ଗଲେ ଏଥିରେ ଏଲଇଡି ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର ଡିସ୍ପ୍ଲେ, କି-ଲେସ ଷ୍ଟାର୍ଟ, ଆଣ୍ଟି-ଥେଫ୍ଟ ଆଲାର୍ମ, ଫ୍ରଣ୍ଟ ଗ୍ଲୋଭ୍ ବକ୍ସ, ଲାଇଟ୍ ଡିଜାଇନର୍ କନସୋଲ୍ ଏବଂ ‘ଏକ୍ସଟ୍ରା- ଲାର୍ଜ’ ଲେଗ୍ ରୁମ୍ ରହିଛି। ଏହା ସହିତ, ରାଇଡରର ସୁବିଧା ପାଇଁ ମାଇଁ ଭେଇକିଲ୍ ଆଲାର୍ମ, ବ୍ଲାକ୍ ଲେଥେରେଟ୍ ସିଟ୍ କଭର ଏବଂ USB ପୋର୍ଟ ଭଳି ଫିଚର୍ ଏହି ଗାଡ଼ିରେ ରହିଛି।
ଏହି ଇଲେକ୍ଟ୍ରିକ୍ ସ୍କୁଟରରେ ୩.୫ ଇଞ୍ଚ ଚଉଡା ଟ୍ୟୁବଲେସ୍ ଟାୟାର ରହିଛି। ଯାହା ରାସ୍ତାରେ ଭଲ ଭାବେ ଚାଲିଥାଏ। ଏହା ସହିତ ଗାଡ଼ିରେ ଡୁଆଲ୍ ହାଇଡ୍ରୋଲିକ୍ ସେଲ୍ ଶକର୍ ପଛରେ ଦିଆଯାଇଛି। ବ୍ରେକିଂ ପାଇଁ, ଏହା ଉଭୟ ଚକ ଉପରେ ଡୁଆଲ୍ ହାଇଡ୍ରୋଲିକ୍ ଡିସ୍କ ବ୍ରେକ୍ ରହିଛି। ଏହି ସ୍କୁଟରର ରଙ୍ଗ ବିଷୟରେ କହିବାକୁ ଗଲେ ଇଲେକ୍ଟ୍ରିକ୍ ସ୍କୁଟରର ଷ୍ଟାଇଲିସ୍ ଲୁକ୍କୁ ସହିତ ଏହି ଗାଡ଼ି ସାତୋଟି ରଙ୍ଗ ସହିତ ମାର୍କେଟରେ ଲଞ୍ଚ ହୋଇଛି।
ଏହି ଗାଡ଼ିର କଲର ରହିଛି , ଗ୍ରେ, ଓରେଞ୍ଜ, ସ୍କାରଲେଟ୍ ରେଡ୍, ରୋଜ୍ ଗୋଲ୍ଡ, କ୍ୟାଣ୍ଡି ହ୍ୱାଇଟ୍ ଏବଂ ଜେଟ୍ ବ୍ଲାକ୍ ଭଳି ରଙ୍ଗ। ତେବେ ବର୍ତ୍ତମାନ ଯଦି ସ୍କୁଟର କିଣିବାକୁ ଚାହୁଁଛନ୍ତି ତେବେ ଏହି ଗାଡ଼ି ଆପଣ କିଣିପାରିବେ। କାରଣ ଏଥିରେ ଭଲ ଫିଚର୍ ରହିବା ସହିତ ଏହାର ମାଇଲେଜ୍ ମଧ୍ୟ ଭଲ ରହିଛି।