Below header

ନୂଆ ଦମଦାର ଲୁକ୍‌ ସହ ବଢ଼ିଆ ଫିଚର୍ସ ସହ ଲଞ୍ଚ୍‌ ହେଲା Honda Activaର ପ୍ରିମିୟମ୍‌ ମଡେଲ, ଜାଣନ୍ତୁ କେତେ ରହିଛି ଦାମ୍‌

ଆସିଲା ହୋଣ୍ଡା ଆକ୍ଟିଭାର ନୂଆ ଭ୍ୟାରିୟଣ୍ଟ । ହୋଣ୍ଡା ଆକ୍ଟିଭା ଲଭର ଏବେ ପାଇବେ ହୋଣ୍ଡାର ନୂଆ ପ୍ରିମିୟମ୍‌ ମଡେଲ । ହୋଣ୍ଡା ଟୁ-ହ୍ଵିଲର୍ସ ନିଜର ପପୁଲାର ସ୍କୁଟର ହୋଣ୍ଡା ଆକ୍ଟିଭାର ନୂଆ ପ୍ରିମିୟମ୍‌ ଭ୍ୟାରିୟଣ୍ଟକୁ ଲଞ୍ଚ୍‌ କରିଛି । ଏହା ଏହି ସ୍କୁଟରର ଟପ୍‌ ଭ୍ୟାରିୟଣ୍ଟ । ଏଥିରେ କମ୍ପାନୀ ବ୍ଲୁ କଲର ସହିତ ଗୋଲଡେନ୍‌ ଟଚ୍‌ ଦେଇଛି । କମ୍ପାନୀର ହୋଣ୍ଡା ଆକ୍ଟିଭା ପ୍ରିମିୟମ୍‌ ଏଡିସନର ଦାମ୍‌ ୭୫,୪୦୦ ଟଙ୍କା ରଖାଯାଇଛି । ଏହାବ୍ୟତୀତ କମ୍ପାନୀ ହୋଣ୍ଡା ଆକ୍ଟିଭାର ଦୁଇଟି ଅନ୍ୟ ଭ୍ୟାରିୟଣ୍ଟ Standard ଏବଂ DLX କୁ ବି ବିକ୍ରି କରୁଛି । ଏହାର ଦାମ୍‌ ୭୨,୪୦୦ ଟଙ୍କା ଏବଂ ୭୪,୪୦୦ ଟଙ୍କା ରଖାଯାଇଛି।

hondaନୂଆ ପ୍ରିମିୟମ୍‌ ଏଡିସନରେ ଅନେକ କସମେଟିକର ପରିବର୍ତ୍ତନ କରାଯାଇଛି। ଏହାକୁ ମୋଟ୍‌ ତିନିଟି କଲର ଅପ୍ସନ-ମ୍ୟାଟ ସଙ୍ଗାରିୟା ରେଡ ମେଟାଲିକ, ମ୍ୟାଟ ମାର୍ସାଲ-ଗ୍ରୀନ ମେଟାଲିକ ଏବଂ ପର୍ଲ ସାଇରନ୍‌ ବ୍ଲୁରେ ଉପଲବ୍ଧ କରାଯାଇଛି। ହୋଣ୍ଡା ଆକ୍ଟିଭା ପ୍ରିମିୟମକୁ ତିନିଟି ରଙ୍ଗରେ ଗୋଲଡେନ୍‌ କଲର ଏଲିମେଣ୍ଟରେ ଦେଖିବାକୁ ମିଳୁଛି। ଏହାର ଚକାକୁ ନୂଆ ଲୁକ୍‌ ଦେବା ପାଇଁ ଏଥିରେ ଗୋଲଡେନ୍‌ ଟ୍ରିଟମେଣ୍ଟ କରାଯାଇଛି। ଏହାସହିତ ଏହାରର ଚାରିପାଖରେ ଆକ୍ଟିଭାର ବ୍ୟାଜିଙ୍ଗ ମଧ୍ୟ ଗୋଲ୍ଡ କଲରରେ ହିଁ କରାଯାଇଛି । ଫୁଟବୋର୍ଡ ଏବଂ ସିଟକୁ ଏବେ ବ୍ରାଉନ୍‌ କଲରରେ ଆପଣ ପାଇବେ।

acticaଲୁକ୍‌ ଏବଂ ଭିଜୁଆଲରେ ପରିବର୍ତ୍ତନ କରିଛି ସତ କିନ୍ତୁ ହୋଣ୍ଡା ଇଞ୍ଜିନକୁ ପୂର୍ବ ଭଳି ରଖିଛି। ଏଥିରେ ଫୋର-ଷ୍ଟ୍ରୋକ୍‌, ସିଙ୍ଗଲ-ସିଲିଣ୍ଡର, ଏୟାର କୁଲଡ, 109.5cc ଇଞ୍ଜିନ୍‌ ମିଳିଥାଏ। ଏହା 7.7 bhp ପାଓ୍ଵାର ଏବଂ 8.9 Nmର ଟର୍କ ଆଉଟପୁଟ ମିଳିଥାଏ।

gadiଫିଚର୍ସ ବିଷୟରେ କହିବା ତ ଏହି ସ୍କୁଟର ଏକ୍ସଟର୍ନାଲ ଫୁଏଲ କ୍ୟାପ୍‌, ଆନାଲଗ୍‌ ଇନଷ୍ଟମେଣ୍ଟ କ୍ଲଷ୍ଟର, ଅଣ୍ଡର-ସିଟ ଷ୍ଟୋରେଜ୍‌ , ଏଲଇଡି ହେଡଲ୍ୟାମ୍ପ ଏବଂ ESP ଟେକ୍ନୋଲେଜୀ ସହିତ ଆସିଥାଏ। ଇଞ୍ଜିନରେ ଫୁଏଲ ଇଞ୍ଜେକସନ୍‌ ଲଗାଯାଏ ଏବଂ ଏହାକୁ ଫ୍ୟାନରେ ଥଣ୍ଡା କରାଯାଏ। ସ୍କୁଟରରେ ଟ୍ୟୁବଲେସ ଟାୟାର ବ୍ୟବହାର କରାଯାଇଛି। ସ୍କୁଟରର ଓଜନ ୧୦୬ କିଲୋଗ୍ରାମ୍‌ ରହିଥିବାବେଳେ ଏଥିରେ ୫.୩ ଲିଟର ଫୁଏଲ ଟ୍ୟାଙ୍କ୍‌ ରହିଛି।

ଯଦି ଆପଣଙ୍କର ନୂଆ ଗାଡି କିଣିବାର ପ୍ଲାନ କରୁଛନ୍ତି କିମ୍ବା ଭାବୁଛନ୍ତି ନିଜର ପୁରୁଣା ଗାଡି ବିକ୍ରି କରି ନୂଆ ଗାଡି କିଣିବାକୁ ତାହେଲେ ଏହା ଆପଣଙ୍କ ପାଇଁ ଏକଦମ୍‌ ବଢ଼ିଆ ମଉକା ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.