Below header

ଏସ୍‌ବିଆଇ ନେଟ୍‌ ବ୍ୟାଙ୍କିଙ୍ଗ୍‌ ବନ୍ଦ କରିବା ବହୁତ ସହଜ, ଏମିତି ଉପାୟରେ କରନ୍ତୁ ଲକ୍‌-ଅନ୍‌ଲକ୍‌

ସମୟ ଅଭାବରୁ ଆଜିକାଲି ସମସ୍ତେ ଅନ୍‌ଲାଇନ୍‌ ଜରିଆରେ କାମ କରିବାକୁ ପସନ୍ଦ କରୁଛନ୍ତି। ଯେପରି ଇଣ୍ଟରନେଟ୍‌ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଯାଇଛି। ବିଶେଷ କରି ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ଏହାର ଅଧିକ ବ୍ୟବହାର କରାଯାଉଛି। ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଦ୍ୱାରା ଅନେକ କାମ ସୁଲଭ ହୋଇଯାଉଛି। ଏହା ଜରିଆରେ ଫଣ୍ଡ୍‌ ଟ୍ରାନ୍ସଫର, ବିଲ୍‌ ପେମେଣ୍ଟ, ଫକ୍ସଡ ଡିପୋଜିଟ୍‌(ଏଫ୍‌ଡି) ଖୋଲିବା ବହୁତ ସହଜ ହୋଇଯାଇଛି।

sbi2

ଆପଣଙ୍କୁ କହି ରଖୁଛୁ, ଅଧିକାଂଶ ବ୍ୟାଙ୍କ ୨୪.୭ କାମ କରିଥାଆନ୍ତି। କିନ୍ତୁ ନେଟ୍‌ ବ୍ୟାଙ୍କିଙ୍ଗ୍‌ ମାମଲାରେ ଏସ୍‌ବିଆଇ ବହୁତ ଖାସ୍‌ ହୋଇଥାଏ। କାରଣ, ଏହି ବ୍ୟାଙ୍କର ଗ୍ରାହକମାନଙ୍କୁ ନେଟ୍‌ ବ୍ୟାଙ୍କିଙ୍ଗ୍‌କୁ ଲକ୍‌ କିମ୍ବା ଅନ୍‌ଲକ୍‌ କରିବାର ସୁବିଧା ମିଳିଥାଏ। ନେଟ୍‌ ବ୍ୟାଙ୍କିଙ୍ଗ୍‌ ଆକାଉଣ୍ଟକୁ ଲକ୍‌ କରିବା ପରେ ଆକାଉଣ୍ଟ ଡେଜେବଲ୍‌ ହୋଇଯିବ। ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସୁବିଧା କେବଳ ରିଟେଲ୍‌ ୟୁଜରମାନଙ୍କ ପାଇଁ ପ୍ରଯୁଯ୍ୟର୍। କର୍ପୋରେଟ୍‌ ୟୁଜର୍ସ ଏହି ସୁବିଧାର ଲାଭ ଉଠାଇପାରିବେ ନାହିଁ।

କେମିତି ବନ୍ଦ କରିବେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ର ସୁବିଧା

-www.onlinesbi.com େଓ୍ଵବ୍‌ସାଇଟ ଯାଇ ‘ଲକ୍‌ ଆଣ୍ଡ ଅନ୍‌ଲକ୍‌ ୟୁଜର’ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ଡ୍ରପ୍‌ ଡାଉନ୍‌ ମେନୁରୁ ‘ଲକ୍‌ ୟୁଜର ଆକ୍ସେସ୍‌’ ଅପଶନ୍‌ ଯାଇ ସମସ୍ତ ଜରୁରୀ ଡିଟେଲ୍ସ ଭରନ୍ତୁ।

sbi4

-ଡିଟେଲ ସବ୍‌ମିଟ କରିବା ପରେ ଆପଣଙ୍କୁ ୩ଟି ପଏଣ୍ଟ ନଜର ଆସିବ। ଏହି ୩ଟି ଅପଶନ୍‌ରୁ ଆପଣ ନିଜ ଆବଶ୍ୟକ ଅପ୍‌ଶନ ବାଛି ଓକେ କରିଦିଅନ୍ତୁ। ଏବେ ରେଜିଷ୍ଟର୍ଡ ମୋବାଇଲ୍‌ ନମ୍ବର ଏବଂ ଇମେଲ-ଆଇଡିକୁ ଏକ ଓଟିପି(ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ) ଯିବ। ଯଦି ଜଏଣ୍ଟ ଆକାଉଣ୍ଟ ଅଛି, ତା’ହେଲେ ପ୍ରାଇମେରୀ ଆକାଉଣ୍ଟ ହୋଲ୍ଡରଙ୍କ ମୋବାଇଲ୍‌ ନମ୍ବରକୁ ଓଟିପି ପଠାଯିବ। ଆପଣ ଓଟିପି ଦେବା ପରେ ହିଁ ଆପଣଙ୍କ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଲକ୍‌ ହୋଇଯିବ।

-ଏହିଭଳି ଅନ୍‌ଲକ୍‌ କରିବା ପାଇଁ ମଧ୍ୟ ପ୍ରୋସେସ୍‌ ସମାନ ରହିବ। ଆପଣଙ୍କୁ କେବଳ ପ୍ରଥମରୁ ହିଁ ଅନ୍‌ଲକ୍‌ ଅପ୍‌ଶନ ବାଛି ଆଗକୁ ବଢ଼ିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.