Below header

ମୋବାଇଲ ହଜିଲେ ମଧ୍ୟ ଏପରି ସୁରକ୍ଷିତ ରହିବ ହ୍ବାଟ୍ସଆପ ଆକାଉଣ୍ଟ ଏବଂ ଚାଟ୍‌

ନୂଆଦିଲ୍ଲୀ : ଆଜିକାଲି ପ୍ରାୟ ସମସ୍ତେ ହ୍ବାଟ୍ସଆପ ମେସେଜିଂ ଆପ ବ୍ୟବହାର କରୁଛନ୍ତି। ବ୍ୟକ୍ତିଗତ କଥା ହେଉବା ଅଫିସିଆଲ ପ୍ରାୟ ସମସ୍ତେ ନିତିଦିନ ଏହାକୁ ବ୍ୟବହାର କରିଥାନ୍ତି। ଏଣୁ ଯେତେବେଳେ ମୋବାଇଲ ଫୋନ ହଜିଯାଇଥାଏ ପ୍ରଥମେ କିପରି ଆପଣଙ୍କ ହ୍ବାଟ୍ସଆପ ମେସେଜ୍ କୌଣସି ଭୁଲ ହାତକୁ ନଯାଇଥାଉ ସେହି ଚିନ୍ତା ଲାଗି ରହିଥାଏ। ଏଣୁ ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ବାରା ଆପଣଙ୍କ ମୋବାଇଲ ଚୋରି ବା ହଜିବା ପରେ ମଧ୍ୟ ସମସ୍ତ ହ୍ବାଟ୍ସଆପ ଚାର୍ଟ ଏବଂ ମେସେଜ୍ ସୁରକ୍ଷିତ ରହିବ।

whatsapp

 

-ଫୋନ ହଜିବା ମାତ୍ରେ ପ୍ରଥମେ ମୋବାଇଲ ପ୍ରୋଭାଇଡରଙ୍କୁ କଲ କରି ନିଜର ନମ୍ବରକୁ ଲକ କରନ୍ତୁ। ଏହା ଦ୍ବାରା ଆପଣଙ୍କ ମୋବାଇଲକୁ କୌଣସି ପ୍ରକାରର ଓଟିପି ଯିବ ନାହିଁକି ଆପଣଙ୍କ ନମ୍ବରରେ କିଏ ହ୍ବାଟ୍ସଆପ ବ୍ୟବହାର କରିପାରିବେ ନାହିଁ।

-ନିଜ ନମ୍ବରକୁ ରିଆକ୍ଟିଭେଟେଡ କରିବା ସହ ତାହା ଦ୍ବାରା ପୁଣି ହ୍ବାଟ୍ସଆପ୍ ଖୋଲି ପାରିବେ।

-ତେବେ ଖାସ କଥା ଗୋଟିଏ ସମୟରେ କେବଳ ଗୋଟିଏ ନମ୍ବରରେ ଏକ ମାତ୍ର ହ୍ବାଟ୍ସଆପ ଖୋଲି ହୋଇଥାଏ। ଯଦି ଆପଣଙ୍କ ହ୍ବାଟ୍ସଆପ ଅନ୍ୟ କୌଣସି ଡିଭାଇସରେ ଖୋଲା ହୋଇଥାଏ ତେବେ ତାହା ଆପେ ଆପେ ଲଗଆଉଟ ହୋଇଯାଇଥାଏ।

whatsapp-stock-1

-ଏହାଛଡ଼ା ଆପଣ ହ୍ବାଟ୍ସଆପର କୁ ମେଲ ପଠାଇପାରିବେ।

-ସବୁବେଳେ ନିଜ ହ୍ବାଟ୍ସଆପର ବ୍ୟାକଅପ୍ ନେଉଥାନ୍ତୁ। ଯାହା ଫଳରେ ଚୋରି ପରେ ମଧ୍ୟ ଆପଣ ଆଉଥରେ ଲଗଇନ କରିବା ଦ୍ବାରା ସମସ୍ତ ମେସେଜ ପାଇ ପାରିବେ।

-ଜାଣିରଖନ୍ତୁ ଆପଣଙ୍କ କଣ୍ଟାକ୍ଟ ପଠାଇଥିବା ମେସେଜ୍ ୩୦ ଦିନ ପର୍ଯ୍ୟନ୍ତ ପେଣ୍ଡିଙ୍ଗ

ଷ୍ଟେଟରେ ରହିଥାଏ।ଏଣୁ ଆପଣ ନୂତନ ଡିଭାଇସରେ ସେହି ନମ୍ବରରେ ଲଗଇନ୍ କରିବା ଦ୍ବାରା ସମସ୍ତ ମେସେଜ୍ ପୁଣି ଆସି ଯାଇଥାଏ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.