Below header

କଣ ରହିଛି ଶିବଙ୍କ ତୃତୀୟ ନୟନର ରହସ୍ୟ ? କାହିଁକି ଏହା ଖୋଲିଲେ ହୋଇଥାଏ ପ୍ରଳୟ

ମହାଦେବ ଭଗବାନ ଶିବ ଯେତିକି ଶୀଘ୍ର ପ୍ରସନ୍ନ ହୁଅନ୍ତି ସେତିକି ଶୀଘ୍ର କ୍ରୋଧିତ ମଧ୍ୟ ହୋଇଥାନ୍ତି। ସବୁ ଦେବତାଙ୍କ ମଧ୍ୟରୁ ଶିବ ପ୍ରଚଣ୍ଡ ରାଗି । ସବୁ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ବଡ ବଡ ପୂଜା କରାଯାଇଥାଏ । କିନ୍ତୁ ଭାଗବାନ ଶିବ କେବଳ ଶିବଲିଙ୍ଗରେ ଶ୍ରଦ୍ଧାର ସହ ଜଳ ଅର୍ପଣ କଲେ ମଧ୍ୟ ପ୍ରସନ୍ନ ହୋଇ ନିଜ ଭକ୍ତଙ୍କ କଲ୍ୟାଣ କରିଥାନ୍ତି । ଶିବ ଯେତେବେଳେ ରାଗି ଯାଆନ୍ତି ସେତେବେଳେ ନିଜ ତୃତୀୟ ନୟନ ଖୋଲିଦେଇ ସବୁ ଧ୍ବଂସ କରିଦେଇଥାନ୍ତି ।

ଭଗବାନ ଶିବଙ୍କ ମଥାରେ ତୃତୀୟ ନୟନ ଥିବା କଥା ପୁରାଣରେ ବର୍ଣିତ ଅଛି । ସେ ତୃତୀୟ ନୟନରେ ସବୁକିଛି ଦେଖିପାରନ୍ତି । ଯେତେବେଳେ ଶିବ ନିଜ ତୃତୀୟ ନୟନ ଖୋଲନ୍ତି ସେଥିରୁ ବହୁତ ତୀକ୍ଷ୍ଣ ଆଲୋକ ବାହାରିଥାଏ । ସେହି ଆଲୋକରେ ସବୁ ଭସ୍ମ ହୋଇଯାଏ।ଏଭଳି ସ୍ଥିତିରେ ଶିବ ଯେକୌଣସି ଜାଗାକୁ ଦେଖିପାରନ୍ତି ଏବଂ କାହା ସହ ମଧ୍ୟ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନା କରିପାରିଥାନ୍ତି ।

shivratri1

ଭଗବାନ ଶିବଙ୍କ ତୃତୀୟ ନୟନକୁ ପ୍ରଳୟ ବୋଲି କୁହାଯାଏ। ଭଗବାନ ଶିବଙ୍କ ତୃତୀୟ ନୟନରୁ ବାହାରୁଥିବା କ୍ରୋଧ ଅଗ୍ନିରେ ପୃଥିବୀ ଧ୍ବଂସ ହୋଇଯିବ । ଶିବଙ୍କ ୩ଟି ଆଖିର ଗୁଣ ଅଲଗା ଅଲଗା । ଡାହାଣ ନୟନ ସତ୍ଵ ଗୁଣ ଏବଂ ବାମ ନୟନ ରଜୋ ଗୁଣ ଏବଂ ତୃତୀୟ ନୟନରେ ତମୋ ଗୁଣ ବାସ କରିଥାଏ । କେବଳ ଭଗବାନ ଶିବଙ୍କ ତୃତୀୟ ନୟନ ତାଙ୍କ ଲଲାଟରେ ଥାଏ ଯେଉଁଥିପାଇଁ ତାଙ୍କୁ ତ୍ରିନେତ୍ର ବୋଲି କୁହାଯାଇଥାଏ । ଗୋଟିଏ ନୟନକୁ ଚନ୍ଦ୍ର, ଦ୍ୱିତୀୟକୁ ସୂର୍ଯ୍ୟ ଏବଂ ତୃତୀୟକୁ ବିବେକ ବୋଲି ବିଶ୍ୱାସ କରାଯାଏ ।
ଶିବଙ୍କ ତୃତୀୟ ଚକ୍ଷୁ ଆଜ୍ଞାଚକ୍ର ବୋଲି କୁହାଯାଏ । ଆଜ୍ଞାଚକ୍ର ବିବେକ ବୁଦ୍ଧିର ସ୍ରୋତ। ତୃତୀୟ ନୟନ ଖୋଲିଗଲେ ସାମାନ୍ୟ ମଣିଷ ବଟବୃକ୍ଷ ଭଳି ଆକାର ଧାରଣ କରିଥାଏ ।ଆଜ୍ଞାଚକ୍ରର ଅର୍ଥ, ମଣିଷ ଶରୀରରେ ସକାରାତ୍ମକ ଶକ୍ତି ।

shive

ଏହି ଚକ୍ରକୁ ଜାଗୃତ କରିବା ଅର୍ଥ ମାନବ ଶରୀରରେ ସମ୍ପୂର୍ଣ ଆଧ୍ୟାତ୍ମିକ ଶକ୍ତିର ପ୍ରବାହ ହେବା । ଏହି ଆଜ୍ଞାଚକ୍ର ସ୍ଥାନରେ ଆତ୍ମା ଜ୍ଞାନ ପ୍ରସ୍ତୁତ ଏବଂ କେନ୍ଦ୍ରିତ ହୋଇଥାଏ । ଯେଉଁ ବ୍ୟକ୍ତି ଏହି ଶକ୍ତିକୁ ଜାଗୃତ କରିପାରେ ତାକୁ ସବୁ ପ୍ରକାର ଶକ୍ତି ପ୍ରାପ୍ତ ହୋଇଥାଏ। ଏହି ଶକ୍ତି ଜରିଆରେ ମାନବ ବ୍ରହ୍ମାଣ୍ଡର ସବୁକିଛି ଦେଖିପାରେ । ଭଗବାନ ଶିବ ମାନବର ସର୍ବୋତ୍ତମ ସ୍ୱରୂପ । ଶିବ ଅତୀତକୁ ଦେଖିପାରନ୍ତି, ବର୍ତ୍ତମାନକୁ ନିୟନ୍ତ୍ରଣ କରିପାରନ୍ତି ଏବଂ ଭବିଷ୍ୟତ ମଧ୍ୟ ଦେଖିପାରନ୍ତି । ସେ ତ୍ରିକାଳଦର୍ଶୀ । ପୁରାଣ ଅନୁସାରେ, ସ୍ୱର୍ଗ ଲୋକ, ମୃତ୍ୟୁ ଲୋକ ଏବଂ ପାତାଳ ଲୋକ ଏହି ୩ ଚକ୍ଷୁର ପ୍ରତୀକ । ଭଗବାନ ଶିବଙ୍କୁ ୩ ଲୋକର ସ୍ୱାମୀ ବୋଲି କୁହାଯାଏ ।

lord shiv

ବେଦ ଶାସ୍ତ୍ର ଅନୁସାରେ ଧରାପୃଷ୍ଠରେ ରହୁଥିବା ସମସ୍ତ ଜୀବଙ୍କ ୩ଟି ଚକ୍ଷୁ ରହିଛି । ୨ ଚକ୍ଷୁରେ ସମସ୍ତ ଜୀବ ଭୌତିକ ବସ୍ତୁ ଦେଖିଥାନ୍ତି ଏବଂ ତୃତୀୟ ଚକ୍ଷୁକୁ ବିବେକ ବୋଲି ବିଚାର କରାଯାଏ । କିନ୍ତୁ ତୃତୀୟ ଚକ୍ଷୁ ଦେଖାଯାଏନାହିଁ । ଧର୍ମ ଗ୍ରନ୍ଥରେ ଶିବଙ୍କ ୩ୟ ଚକ୍ଷୁ ସହ ଜଡିତ ଏକ କଥା ପ୍ରଚଳିତ ଅଛି ।ପ୍ରଣୟ ଦେବତା କାମଦେବ ନିଜ କ୍ରୀଡା ଦ୍ୱାରା ଶିବଙ୍କ ତପସ୍ୟା ଭଙ୍ଗ କରିବା ପାଇଁ ଚେଷ୍ଟା କରିଥିଲେ । ଏଥିରେ ରାଗିଯାଇ ଶିବ ନିଜ ୩ୟ ଚକ୍ଷୁ ଖୋଲିଦେଇଥିଲେ ଏବଂ ୩ୟ ଚକ୍ଷୁର ଅଗ୍ନିରେ କାମଦେବ ଭସ୍ମ ହୋଇଯାଇଥିଲେ ।କାମଦେବ ସବୁ ମଣିଷ ଭିତରେ ବାସ କରନ୍ତି । ନିଜ ବିବେକ ଦ୍ୱାରା କାମଦେବକୁ ଶାନ୍ତ କରିବା ଉଚିତ ।

ବୈଜ୍ଞାନିକ ରହସ୍ୟ :

ମସ୍ତିସ୍କର ମଝି ଭାଗରେ ଏକ ପିନିୟଲ ଗ୍ଲାଣ୍ଡ ଥାଏ ଯାହାକୁ ୩ୟ ଚକ୍ଷୁ କୁହାଯାଏ । ଏହାର କାମ ହେଲା ହର୍ମୋନ ଛାଡିବା । ଏହି ହର୍ମୋନକୁ ମେଲାଟୋନିନ ହର୍ମୋନ କୁହାଯାଏ । ଶୋଇବା ଉଠିବା ଚକ୍ରକୁ ଏହି ହର୍ମୋନ ସଂଚାଳନ କରିଥାଏ । ମଣିଷ ଅନ୍ଧ ହୋଇଥିଲେ ମଧ୍ୟ ପିନିୟଲ ଗ୍ଲାଣ୍ଡ ଦ୍ୱାରା ଲାଇଟ ଜଳିଲେ ଜାଣିପାରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.